Latest Odisha News

BREAKING NEWS

ଟାଇଟାନିକ ଜାହାଜ ପରି ଘର ତିଆରି କଲେ ଚାଷୀ

ପଶ୍ଚିମବଙ୍ଗ: ଅଧିକାଂଶ ଲୋକ ନିଜର ଏକ ସୁନ୍ଦର ଘର ତିଆରି କରିବାକୁ ସ୍ୱପ୍ନ ଦେଖନ୍ତି । ଯାହାକୁ ସେମାନେ ନିଜ ମନ ମୁତାବକ ଡ଼ିଜାଇନ୍ କରିବେ । ହେଲେ ଏହି ସ୍ୱପ୍ନ କାହାର ପୂରଣ ହେଉଥିବା ବେଳେ ଆଉ କାହାର ହୋଇ ନ ଥାଏ । ତେବେ ପଶ୍ଚିମବଙ୍ଗର ଜଣେ ଚାଷୀ ନିଜର ସ୍ୱପ୍ନର ଘର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।

ପଶ୍ଚିମବଙ୍ଗରେ ରୁହନ୍ତି ମିଣ୍ଟୁ ରୟ । ସେ ଜଣେ ଚାଷୀ । ଟାଇଟାନିକ ଜାହାଜ ପରି ଏକ ଘର ତିଆରି କରିବାକୁ ସେ ସ୍ୱପ୍ନ ଦେଖିôଥିଲେ । ହେଲେ ଅର୍ଥ ସାଜିଥିଲା ବାଧକ । ନିଜ ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯିବ ବୋଲି ଭାବିଥିଲେ । ଏସବୁ ସ୍ୱତ୍ତ୍ୱେ ନିଜ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ । ଧୀରେ ଧୀରେ ଘର ତିଆରି କରିବା ଆରମ୍ଭ କଲେ । ହେଲେ ଆର୍ôଥକ ଅଭାବ ଯୋଗୁ କିଛି ବର୍ଷ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ମଧ୍ୟ ହେଲା । ସେ ଯେତେବେଳେ ଜାଣିଲେ ଯେ, ମିସ୍ତ୍ରୀଙ୍କୁ ମଜୁରି ଦେବାକୁ ସେ ଅସମର୍ଥ, ସେତେବେଳେ ନିଜେ ସେହି କାମ କରିବାକୁ ସ୍ଥିର କଲେ । ସେଥିଲାଗି ନେପାଳ ଚାଲିଗଲେ ତାଲିମ ନେବାକୁ । ସେଠାରେ ତିନି ବର୍ଷ ରାଜମିସ୍ତ୍ରୀ କାମର ତାଲିମ ନେଲେ । ସେଠାରୁ ଫେରି ନିଜେ ରାଜମିସ୍ତ୍ରୀ ସାଜି ସ୍ୱପ୍ନର ଘରକୁ ତିଆରି କଲେ ।

ଏନେଇ ମିଣ୍ଟୁ କହିଛନ୍ତି,୨୦୧୦ ମସିହାରେ ଏହି ଘର ତିଆରି କାମ ଆରମ୍ଭ କରିଥିଲେ । ୩୯ ଫୁଟ ଲମ୍ବା ଓ ୧୩ ଫୁଟ ଚଉଡା ବିଶିଷ୍ଟ ଏହି ଘରର ଉଚ୍ଚତା ପ୍ରାୟ ୩୦ ଫୁଟ । ଏହି ଘର ଏବେ ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆକର୍ଷଣ ପାଲଟିଛି । ହେଲେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହାର କାମ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ । ଚାଷ କରି ଯାହା ରୋଜଗାର କରୁଛନ୍ତିି ସେଥିରେ ସେ ଏହାର ନିର୍ମାଣ କରୁଛନ୍ତି । ଆଗାମୀ ବର୍ଷ ଏହାର କାମ ସମ୍ପୂର୍ଣ୍ଣ ହେବ । ଘରର ଉପର ମହଲାରେ ସେ ଏକ ରେଷ୍ଟୁରାଣ୍ଟ କରିବାର ଯୋଜନା ରଖିଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.