Latest Odisha News

ଯବାନଙ୍କ ଉପରୁ ଟଳିଲା ବିପଦ, ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ଯବାନଙ୍କ ଉପରୁ ଟଳିଲା ବଡ ଧରଣର ବିପଦ । ପଣ୍ଡ ହେଲା ମାଓବାଦୀଙ୍କ ଚାଲ୍ । ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ। ମାଲକାନଗିରି ସୀମାକୁ ଲାଗି ରହିଥିବା ସୁକମା ଜିଲ୍ଲାରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ସୁକମା ଜିଲ୍ଲା କୋଂଟା ଥାନା ମୁରଲିଗୁଡା ରାସ୍ତା କଡରେ ୫କେଜି ଓଜନର ଏକ ଲ୍ୟାଣ୍ଡମାଇନ ଖଞ୍ଜ ଥିଲେ ମାଓବାଦୀ । ତେବେ ଯବାନଙ୍କ ସତର୍କତା ଯୋଗୁଁ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିବା ପୂର୍ବରୁ ଠାବ କରାଯାଇ ଏହାକୁ ନଷ୍ଟ କରିଦିଆଯାଇଛି ।

୨୧୮ବାଟାଲିୟନର ଯବାନମାନେ ପ୍ରତିଦିନ ଏହି ମୁରଳିଗୁଡା ରାସ୍ତା ଦେଇ ଯାତାୟତ କରନ୍ତି । ଯବାନଙ୍କୁ ଟାର୍ଗେଟ କରି ମୃତ୍ୟୁର ଫାଶ ପକାଇଥିଲେ ଲାଲବାହୀନି । ପୂର୍ବରୁ ମଧ୍ୟ ଅନେକଥର ସୁକୁମା ଅଞ୍ଚଳରେ ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି ।

Leave A Reply

Your email address will not be published.