Latest Odisha News

ଦିବ୍ୟାନୀ ଓ ପ୍ରଭଂଜନ ପାଇବେ ଜାତୀୟ ସେବା ଯୋଜନା ସମ୍ମାନ

ବାରିପଦା: ଚଳିତବର୍ଷ ଜାତୀୟ ସେବା ଯୋଜନା(ଏନଏସ୍‌ଏସ୍‌)ରେ ସମ୍ମାନିତ ହେବେ ବାରିପଦାର ଜଣେ ଛାତ୍ର ଓ ଜଣେ ଛାତ୍ରୀ । ସେମାନେ ହେଲେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟାନୀ ବେହେରା ଓ ସୀମାନ୍ତ ମହାବିଦ୍ୟାଳୟର ପ୍ରଭଂଜନ ମଣ୍ଡଳ । ଏହି ଦୁଇ ସ୍ୱେଚ୍ଛାସେବୀଙ୍କ ସମେତ ଦେଶର ସର୍ବଶ୍ରେଷ୍ଠ ୩୦ ଜଣ ସ୍ୱେଚ୍ଛାସେବୀ ସମ୍ମାନିତ ହେବେ ।

ପ୍ରତିବର୍ଷ ସେପ୍ଟେମ୍ବର ୨୪ ରେ ରାଷ୍ଟ୍ରପତି ଭବନରେ ଏହି ସମ୍ମାନ ମିଳିଥାଏ । କିନ୍ତୁ ଚଲିତ ଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଏନଏସଏସ୍ ଅଫିସରେ ଭର୍ଚୁଆଲ ମାଧ୍ୟମରେ ସେମାନଙ୍କୁ ସମ୍ମାନିତ କରାଯିବ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତିରେ ଘୋଷଣା କରାଯାଇଛି ।

Leave A Reply

Your email address will not be published.