Latest Odisha News

BREAKING NEWS

କଙ୍ଗନାଙ୍କ ଡିମାଣ୍ଡ: ମୋ ଘର ଭାଙ୍ଗିଲ, ୨ କୋଟି ଦିଅ

ମୁମ୍ବାଇ: ବେଆଇନ୍ ଭାବେ ମୋ ଘର ଭାଙ୍ଗିଲ, ୨ କୋଟି ଟଙ୍କା ଦିଅ । ବିଏମ୍‌ସି ଆଗରେ ଏଭଳି ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ବିଏମ୍‌ସିଠାରୁ କ୍ଷତିପୂରଣ ମାଗିଛନ୍ତି କଙ୍ଗନା ।

ସେ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରେ ବାନ୍ଦ୍ରା ୱେଷ୍ଟରେ ଥିବା ତାଙ୍କ ପାଲିହିଲ୍ ବଙ୍ଗଳାକୁ ବିଏମ୍‌ସି ବେଆଇନ୍ ଭାବେ ଭାଙ୍ଗି ଦେଇଛି । ଘରର ପ୍ରାୟ ୪୦ ପ୍ରତିଶତ ଧ୍ୱଂସ ହୋଇଯାଇଛି । ଏଥିସହ ତାଙ୍କର ଦାମୀ ସୋଫା ଏବଂ ବିରଳ ଫଟୋଚିତ୍ର ଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି ବୋଲି କଙ୍ଗନା କହିଛନ୍ତି ।

ବିଲ୍ଡିଂ ଭାଙ୍ଗିବା ପାଇଁ ହୋଇଥିବା ନୋଟିସ ବିରୋଧରେ ସେ ସେପ୍ଟେମ୍ବର ୭ ତାରିଖରେ ଆବେଦନ କରିଥିଲେ । ତେବେ ସେପ୍ଟେମ୍ବର ୯ ତାରିଖରେ ବଏମ୍‌ସି ତାଙ୍କ ଘର ଆଗରେ ନୋଟିସ ଲଗାଇଥିଲା । ଏବଂ ସେହିଦିନ ହିଁ ସଙ୍ଗେ ସଙ୍ଗେ ବୁଲଡୋଜର ଚଢ଼ାଇ ଦେଇଥିଲା । ଅର୍ଡର ପଠାଇବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବାକୁ ତାଙ୍କୁ ସମୟ ଦେଇନଥିବା କଙ୍ଗନା ଅଭିଯୋଗ କରିଛନ୍ତି । ଶିବସେନା ସରକାର ଜାଣିଶୁଣି ତାଙ୍କ ହଇରାଣ କରୁଛନ୍ତି ଏବଂ ତାଙ୍କ ବଙ୍ଗଳା ଭାଙ୍ଗି ଦେଇଥିବା କଙ୍ଗନା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.