Latest Odisha News

ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ୱଳିତ ହେଲା ସର୍ବ ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ

ପୁରୀ: ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀ ଲୋକନାଥଙ୍କ ପୀଠ ପାର୍ବତିସାଗର ନିକଟରେ ପ୍ରଜ୍ୱଳିତ ହୋଇଛି ଦେଶର ସର୍ବବୃହତ ଏକାଦଶତମ  ଜଗତ ମଙ୍ଗଳ ଜାଗର ଦୀପ। ଗୁରୁବାର ସଂନ୍ଧ୍ୟାରେ ଶ୍ରୀ ଲୋକନାଥଙ୍କ ଦୀପ ଆସି ଏହି ଦୀପ ପ୍ରଜ୍ୱଳିତ ହୋଇଥିଲା।

୮ଫୁଟ ଲମ୍ବ ଓ ୬ଫୁଟ ଓସାର ଦୁଇ ଫୁଟ ଗଭୀର ବିଶିଷ୍ଟ ଏହି ଦୀପ ୧୯ତାରିଖ ଶନିବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ପ୍ରଜ୍ୱଳିତ ହେବ। ତିନି ଦିନ ଧରି ଏହି ଦୀପରେ ପ୍ରାୟ ୪କୁଇଣ୍ଟାଲ ଗୁଆ ଘିଅ ଜଳା ଯିବା ସହ ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପରେ ଏହି ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ। ପ୍ରାୟ ୧୨ଇଞ୍ଚ ଗୋଲେଇର ୧୦୦ଫୁଟ ବଳିତା ଏଥିରେ ଜଳାଯାଏ ।

ମହାର୍ଘ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିପକୁ ପ୍ରଜ୍ବଳନ କରିଥିଲେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ବରିଷ୍ଠ ଦଇତାପତି ସେବାୟତ ରାମ ଚନ୍ଦ୍ର ଦାସ ମହାପାତ୍ର,ଉପ ଜିଲ୍ଲାପାଳ ଭବ ତାରଣ ସାହୁ । ଜଗତ କଲ୍ୟାଣ ପାଇଁ ଏହି ବୃହତ୍ ଜାଗର ଦୀପ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ୱଳିତ କରାଯାଉଥିବା କହିଛନ୍ତି ଉଦ୍ୟୋକ୍ତା ରାମ କୃଷ୍ଣ ହୋତା ।

Leave A Reply

Your email address will not be published.