Latest Odisha News

ଏବେ ୬୫ ରୁ ଅଧିକ ବୟସ୍କ ରୋଗୀ ଅଙ୍ଗ ଗ୍ରହଣ ପାଇଁ ନାଁ ପଞ୍ଜିକରଣ କରିପାରିବେ

ନୂଆଦିଲ୍ଲୀ: ଏବେ ୬୫ ବର୍ଷରୁ ଅଧିକ ବୟସ୍କ ରୋଗୀ ମୃତ ବ୍ୟକ୍ତିଙ୍କୁ ଠାରୁ କିଡନୀ ଗ୍ରହଣ କରିବା ପାଇଁ ନିଜ ନାଁକୁ ପଞ୍ଜିକରଣ କରିପାରିବେ। ଅଙ୍ଗଦାନ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ମଧ୍ୟ ନିୟମରେ ପରିବର୍ତ୍ତନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

BjdElectrycity

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେବଳ ରାଜ୍ୟର ନିବାସୀ ହିଁ ଅଙ୍ଗ ଗ୍ରହଣ କରିବା ନିୟମକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ହେଲେ ଅନ୍ୟ ରାଜ୍ୟର ଲୋକ ବି ଅଙ୍ଗ ପାଇଁ ପଞ୍ଜିକରଣ କରିପାରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏନେଇ ରାଜ୍ୟଗୁଡ଼ିକରେ ଥିବା ମୂଳ ନିବାସୀ ମାନଦଣ୍ଡକୁ ହଟାଇବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କେବେଳ ସେତିକି ନୁହେଁ ଅଙ୍ଗ ଗ୍ରହଣ ପାଇଁ ହେଉଥିବା ଆବେଦନ ନିଶୁଳ୍କ ହେବା ଉଚିତ୍। ଏଥିପାଇଁ କୌଣସି ପ୍ରକାର ଦେୟ ନେବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ମନା କରିଛନ୍ତି। କାରଣ ଏପରି କରିବା ମାନବ ଅଙ୍ଗ ଓ ଟିସୁ ପ୍ରତିରୋପଣ ନିମୟ ୨୦୧୪ ବିରୁଦ୍ଧରେ ଆସୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

ଏନେଇ ସରକାରୀ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଏସମ୍ପର୍କିତ ମାମଲା ଗୁଡ଼ିକରେ ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜରାତ ଓ କେରଳ ଭଳି ରାଜ୍ୟ ୫ ହଜାରରୁ ୧୦ ହଜାର ଟଙ୍କା ଶୁଳ୍କ ଆଦାୟ କରୁଛନ୍ତି। ତେଣୁ ଏସବୁ ରୋକିବାକୁ ଜାତୀୟ ଅଙ୍ଗ ଓ ଟିସୁ ପ୍ରତିରୋପଣ ସଂଗଠନ(ଏନ୍‌ଓଟିଟିଓ) ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ପରେ ୬୫ ବର୍ଷୁ ଅଧିକ ବୟସ୍କ ଲୋକ ବି ଅଙ୍ଗ ଗ୍ରହଣ ପାଇଁ ନାଁ ପଞ୍ଜୀକରଣ କରିବାକୁ ଅନୁମତି ମିଳିଛି।

ସୂଚନା ଅନୁସାରେ ପୂର୍ବରୁ ମୃତ ବ୍ୟକ୍ତିଙ୍କ ଠାରୁ ଅଙ୍ଗ ଗ୍ରହଣ କରିବାକୁ ନାଁ ପଞ୍ଜିକରଣର ବୟସ ସୀମା ୬୫ ବର୍ଷ ଥିଲା। ହେଲେ ଏବେ ଏଥିରେ ପରିବର୍ତ୍ତନ କରି ସବୁ ବୟସର ଲୋକେ ଅଙ୍ଗ ଗ୍ରହଣ ପାଇଁ ଆବେଦନ କରିପାରିବେ ବୋଲି ଜଣେ ସରକାରୀ ଉପରିସ୍ଥ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.