ଭୁବନେଶ୍ୱର: ଆଗାମୀ କିଛି ଦିନ ମଧ୍ୟରେ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି। ବିଭିନ୍ନ ପାଣିପାଗ ମଡେଲର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
ମେ ୧୦ ତାରିଖ ବେଳକୁ ଶ୍ରୀଲଙ୍କା ଏବଂ ତାମିଲନାଡୁ ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ବର୍ତ୍ତମାନ କେନ୍ଦ୍ରୀୟ ଭାରତ ଉପରେ ଏକ ଟ୍ରାପ୍ ଲାଇନ୍ (Trough Line) ସକ୍ରିୟ ରହିଛି। ଏହା ମେ ୯ ତାରିଖ ବେଳକୁ ଓଡ଼ିଶା ଅଭିମୁଖେ ଅଗ୍ରସର ହେବ।
ଏହାର ପ୍ରଭାବରେ ମେ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ଝଡ଼ ପବନ ହେବାର ସମ୍ଭାବନା ରହିଛି।
ଲଘୁଚାପ ସୃଷ୍ଟି ହେବା ପରେ ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ ଗତି କରିବ, ସେ ନେଇ ଚିତ୍ର ମେ ୧୧ ତାରିଖ ପରେ ସ୍ପଷ୍ଟ ହେବ। ସାମୁଦ୍ରିକ ପବନ ଏବଂ ବାୟୁମଣ୍ଡଳୀୟ ଚାପକୁ ନେଇ ପାଣିପାଗ ବିଭାଗ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।
ବର୍ଷା ଓ ପବନ ସମୟରେ ବାହାରକୁ ନବାହାରିବା ଏବଂ ବିଶେଷ କରି ଚାଷୀମାନେ ନିଜର ଅମଳ ପ୍ରକ୍ରିୟାକୁ ଏହି ସୂଚନା ଅନୁଯାୟୀ ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଛି।
Comments are closed.