Latest Odisha News

BREAKING NEWS

ମାସୁଦ ଆଝାର ରହିଛି ପାକିସ୍ତାନରେ : ଆଫଗାନିସ୍ତାନ

କାବୁଲ: ୟୁଏନ୍ ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ମାସୁଦ ଆଝାରକୁ ନେଇ ଏବେ  ତାଲିବାନ ଏବଂ ପାକିସ୍ତାନ ମଧ୍ୟରେ କଥା କଟାକଟି ଚାଲିଛି । ଏହି ଆତଙ୍କବାଦୀ ଆଫଗାନିସ୍ତାନରେ ଥିବା ପାକିସ୍ତାନ ପକ୍ଷରୁ ଚିଠିରେ ଦର୍ଶାଯାଇଥିଲା । ତେବେ ଏହାକୁ ନେଇ ପାକିସ୍ତାନକୁ କଡା ସମାଲୋଚନା କରିଛି ତାଲିବାନ। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କିନ୍ତୁ କହିଛନ୍ତି, ପାକିସ୍ତାନରେ ମାସୁଧ ଆଝାର ରହିଛି। ପାକିସ୍ତାନରେ ଜୈସ-ଇ-ମହମ୍ମଦ ମୁଖିଆ ମାସୁଦ ଆଝାର ରହିଥିବା ତାଲିବାନ ପକ୍ଷରୁୁ ପାକିସ୍ତାନ ଚିଠିର ଉତ୍ତର ଦିଆଯାଇଛି।

ଏଫଏଟିଏଫ ଚାପରେ ପାକିସ୍ତାନ ପୂର୍ବରୁ ରହିଛି । ଆତଙ୍କବାଦୀଙ୍କୁ ସହଯୋଗ କରୁଥିବାରୁ ଏହି ଆର୍ଥୀକ ସଂସ୍ଥା ପାକିସ୍ତାନକୁ ଲୋନ ଦେବାକୁ ନେଇ ଚାପ ପକାଉଛି । ଫଳରେ ପାକିସ୍ତାନ ଏଭଳି ଚିଠି ଲେଖିଥିଲା ।  ମାସୁଦ ଆଝାର ଆଫଗାନିସ୍ତାନରେ ଅଛି ଓ ତାହାକୁ ଦେବାକୁ ପାକିସ୍ତାନ ସରକାର ତାଲିବାନକୁ ଚିଠି ଲେଖିଥିଲା ।

 ଆଫଗାନିସ୍ତାନ କୌଣସି ଆତଙ୍କବାଦୀଙ୍କୁ ନିଜ ଦେଶରେ ଶରଣ ଦେବ ନାହିଁ ବୋଲି ପାକିସ୍ତାନକୁ ଜବାବ ଦେଇଛି ତାଲିବାନ । ଏଠାରେ ସୂଚନାଯୋଗ୍ୟ ମାସୁଦ ଆଝାରକୁ  ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଅପହରଣ ମାମଲାରେ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି ।

Leave A Reply

Your email address will not be published.