Latest Odisha News

BREAKING NEWS

ମିଳିଲାନି ଆଶ୍ୱସ୍ତି, ପୁଣି ୧୫ ଦିନ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିଓ୍ବାଲ୍‌

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଆଜି ବି ରାଉଜ ଆଭେନ୍ୟୁ କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଆସନ୍ତା ୧୫ ଏପ୍ରିଲ ପର୍ଯ୍ୟନ୍ତ ଜେଲରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେଜ୍ରିୱାଲଙ୍କୁ ତିହାର ଜେଲରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରିଥିଲା ଇଡି । ତେବେ ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ପୁଣି ଥରେ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇପାରେ ବୋଲି ଇଡି କୋର୍ଟଙ୍କୁ କହିଥିଲା ।

କୋର୍ଟରେ ହାଜର କରାଯିବା ସମୟରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି କେଜ୍ରିଓ୍ବାଲ । ସେ ଗଣମାଧ୍ୟମକୁ ବଡ ବୟାନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି ଠିକ୍‌‌ କରୁନାହାଁନ୍ତି ।

୯ଟି ସମନ୍ ପଠାଇବା ପରେ ଗତ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ମାର୍ଚ୍ଚ ୨୨ ତାରିଖରେ ତାଙ୍କୁ କୋର୍ଟରେ ହାଜର କରି ପ୍ରଥମେ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା ଇଡି । ପରେ ଏହି ରିମାଣ୍ଡ ଅବଧିକୁ ୧ ଏପ୍ରିଲ ଯାଏଁ ବୃଦ୍ଧି କରିବାକୁ କୋର୍ଟଙ୍କ ଅନୁମତି ନେଇଥିଲା ଇଡି । ସେହି ରିମାଣ୍ଡ ଆଜି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

Leave A Reply

Your email address will not be published.