Latest Odisha News

BREAKING NEWS

ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରେ ଷଣ୍ଢ ଖାଉଛି ମହାପ୍ରସାଦ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରେ ପଡିରହିଛି କିଲୋ କି ଦୁଇ କିଲୋ ନୁହେଁ କ୍ୱିଂଟାଲ ଶୁଖିଲା ମହାପ୍ରସାଦ । ଏ ସବୁ ମହାପ୍ରସାଦକୁ ଖାଉଛନ୍ତି ଷଣ୍ଢ । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପେଜନାଳ ପାଖ ମେଘନାଦ ପାଚେରୀ କଡରେ ଖଜା, ବଲ୍ଲଭ, ଲୁଣି ଖୁଡୁମା ଆଦି ଭୋଗ ସହ ତାଳପତ୍ର ପେଡିରେ ଭର୍ତି ହୋଇ ପଡିରହିଛି ।

ଶ୍ରୀମନ୍ଦିର ଭିତରୁ କେହି ଫୋପାଡି ଦେଇପାରନ୍ତି ବୋଲି କିଛି ସେବାୟତ କହୁଥିବା ବେଳେ ଏଭଳି ବାହାରେ ମହାପ୍ରସାଦ ଫୋପାଡିବା ନିହାତୀ ଭକ୍ତ ମନରେ କଷ୍ଟ ଦେଇଛି । ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ଭକ୍ତ ଓ ସେବାୟତ ।

Leave A Reply

Your email address will not be published.