Latest Odisha News

BREAKING NEWS

କବି ଜୟନ୍ତ ମହାପାତ୍ରଙ୍କ ସାରସ୍ଵତ କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ଵର : ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟ ଓ ବରୋଦାସ୍ଥିତ ଫୋରମ୍ ଅନୁକମ୍ପେରାରୀ ଥିଓରୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ସାରସ୍ଵତ କୃତି ଉପରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘କବି ଜୟନ୍ତ ମହାପାତ୍ରଙ୍କ ସୃଜନାତ୍ମକ ଲେଖନୀର ଆବିଷ୍କାର’ ଶୀର୍ଷକରେ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି ଆଲୋଚନା ଚକ୍ରର ବିଭିନ୍ନ ଅଧିବେଶନରେ ପି. ରବୀନ୍ଦ୍ରନ, କୈଳାଶ ବରାଳ, କାମଦେବ ସାହୁ, ଚିରଞ୍ଜନ ମିଶ୍ର, ରାଜା ରାଓ , ରାଜଶ୍ରୀ ବିଶ୍ଵାଳ, ନମିତା ଯୋଗଦେବ, ସରିତା ସ୍ଵାଇଁ ଙ୍କ ସହ ଅନ୍ୟାନ୍ୟ ଯୁବ ଗବେଷକଙ୍କ ଉପସ୍ଥାପିତ ସନ୍ଦର୍ଭ ଗୁଡ଼ିକରେ କବି ଶ୍ରୀ ମହାପାତ୍ରଙ୍କ କବିତାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯାଇଥିଲା। ଏହା ସହ କବି ଶ୍ରୀ ମହାପାତ୍ରଙ୍କ ସହ କାଳିଦାସ ମିଶ୍ର, ପ୍ରୀତିଧାରା ସାମଲ, ରବୀନ୍ଦ୍ର ସ୍ଵାଇଁ, ନମିତା ଜଗଦେବ, ଅଜିତ କୁମାର କୁଲୁ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା କବିଙ୍କ ରଚିତ କବିତା ଆବୃତି କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜଶ୍ରୀ ବିଶ୍ଵାଳ ଓ ବିରେନ୍ଦ୍ର ପାଣିଙ୍କ ଭ୍ରାମ୍ୟମାଣ ପ୍ରଦର୍ଶନୀ ରି- ଭିଜନ ଏବଂ କବି ଶ୍ରୀ ମହାପାତ୍ରଙ୍କ କବିତା ରିଲେସନସିପର ସାମଞ୍ଜସ୍ୟ ସଂରଚିତ କରି ଉପସ୍ଥାପିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଉଦଯାପନୀ ଅଧିବେଶନରେ କବି ଶ୍ରୀ ମହାପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର କର, ପ୍ରମୋଦ କୁମାର ଶତପଥି, କାଳିଦାସ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ପରିଶେଷରେ ଏହି ଆଲୋଚନା ଚକ୍ରକୁ ବିଶ୍ୱବିଦ୍ୟାଳୟର ୨୫ ତମ ପ୍ରତିଷ୍ଠା ଦିବସ ଉତ୍ସବର ଏକ ଅଂଶ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରମୋଦ କୁମାର ଶତପଥି ଘୋଷଣା କରିଥିଲେ।

Leave A Reply

Your email address will not be published.