Latest Odisha News

ମାଙ୍କଡ ମାଜୁଛି ବାସନ

ସେ ଦୁଷ୍ଟ କିନ୍ତୁ ଚୁଲବୁଲ । ତା ହରକତ ବେଳେବେଳେ ବିରକ୍ତ କରିଦିଏ । ବେଳେବେଳେ ଏହି ଦୁଷ୍ଟାମୀ ମଜା ବି ଦେଇଥାଏ । ହଁ, ଆମେ କହୁଛୁ ମାଙ୍କଡ କଥା । ଜଙ୍ଗଲି ହେଲେ ବି ବେଳେବେଳେ ବେଶ ବୁଦ୍ଧିମତାର ପରିଚୟ ଦେଇଥାଏ ମାଙ୍କଡ । ସ୍ନେହ ଦେଇ ପାଳିଲେ ମଣିଷ ପାଖରେ ମଣିଷ ପରି ରୁହନ୍ତି । ତାଲିମ ଦେଲେ ଠିକ ମଣିଷ ପରି କାମ କରିଥାଏ । ଏମିତି ଏକ ଚୁଲବୁଲ ମାଙ୍କଡ କଥା ଆମେ ଆପଣଙ୍କୁ କହିବୁ ।

ଭିଡିଓରେ ଗୋଟିଏ ମାଙ୍କଡ଼ ବାସନ ମାଜୁଥିବାର ଦେଖିବାକୁ ମିଳୁଛି । ସେ ପ୍ରତ୍ୟେକ ବାସନକୁ ଏପରି ଭାବରେ ସଫା କରୁଛି ଯଦି ଟିକିଏ ମଇଳା ରହିଯାଏ, ତେବେ ତାକୁ କିଏ ମାରିବ । ଭିଡିଓରେ, ଜଣେ ମହିଳା ମଝିରେ ଆସି ତାଙ୍କୁ ଆଉ କିଛି ବାସନକୁସନ ଦଉଛନ୍ତି, ଯାହା ମାଙ୍କଡ଼ଟି ଦେଖି ଯେମିତି କହୁଛି ହଁ, ବାକି ଯାହା ଅଛି ତାକୁ ବି ଆଣ ।  ତେବେ ଏହି ଭିଡିଓଟି 2 ଲକ୍ଷରୁ ଅଧିକ ଲାଇକ୍ ପାଇସାରିଛି ।

ଭିଡିଓରେ ମାଙ୍କଡ଼ ବାସନ ଧୋଇବା ଦେଖି ଆପଣ ବହୁତ ହସିବେ । କିଛି ଲୋକ ଏହାକୁ ବିବାହର ପାର୍ଶ୍ୱ ପ୍ରତିକ୍ରିୟା ବୋଲି କହୁଥିବାବେଳେ କିଛି ଲୋକ କହିଛନ୍ତି – ଏହି ମାଙ୍କଡ଼ଟି କାହାର ଗୃହପାଳିତ ପଶୁ କିମ୍ବା ଏହା ଭଲ ତାଲିମ ପ୍ରାପ୍ତ ।

Leave A Reply

Your email address will not be published.