Latest Odisha News

BREAKING NEWS

ଏମିତି ଏକ ସହର: ଯେଉଁଠି ରୁହନ୍ତି ମାତ୍ର ୪ ଜଣ

ବ୍ରିଟେନ୍‌: ଆଜିକାଲି ଅଧିକାଂଶ ଲୋକ ରୋଜଗାର ସନ୍ଧାନରେ ସହରମୁହାଁ ହେଉଛନ୍ତି । ଏମିତି କି ଗାଁ ଛାଡ଼ି ସହରରେ ରହିବାକୁ ଇଛା କରୁଛନ୍ତି । କାରଣ ଗାଁ ଅପେକ୍ଷା ସହରରେ ଅନେକ ସୁବିଧାସୁଯୋଗ ମିଳିଥାଏ । ଆପଣ ଯାହା ଚାହିଁବେ ହାତପାହାନ୍ତାରେ ମିଳିଯାଏ । ସେଥିଲାଗି ବିଭିନ୍ନ ସହରଗୁଡ଼ିକରେ ଲୋକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ବ୍ରିଟେନ୍‌ରେ ଏମିତି ଏକ ସହର ଅଛି, ଯେଉଁଠାରେ ମାତ୍ର ୪ ଜଣ ବସବାସ କରୁଛନ୍ତି । ଏବେ ଏହି ସହର ଖୁବ୍ ଚର୍ଚ୍ଚାରେ ।

ବ୍ରିଟେନର ଏହି ସହରକୁ ଚେର୍ନୋବିଲ୍ କୁହାଯାଏ । ଏହି ସହରଟିରେ ବଡ଼ ବଡ଼ ଆପାର୍ଟମେଣ୍ଟ, ସପିଂ ମଲ୍ ଏବଂ ପ୍ରେକ୍ଷାଳୟରେ ଆଦି ରହିଛି । କିନ୍ତୁ ଏହି ଜାଗାରେ କେବଳ ଗୋଟିଏ ଜିନିଷର ଅଭାବ ରହିଛି । ତାହା ହେଉଛି, ଏଠାରେ କେହି ଲୋକ ରୁହନ୍ତି ନାହିଁ । ଏତେ ବଡ ସହରରେ କେବଳ ଚାରି ଜଣ ଲୋକ ହିଁ ବାସ କରନ୍ତି । ସେମାନଙ୍କ ପାଇଁ ସବୁ ସୁବିଧା ଭରି ରହିଛି । ଏହା ପଛରେ ଏକ ଭିନ୍ନ କାହାଣୀ ରହିଛି ।

ଏହି ସ୍ଥାନକୁ ପରମାଣୁ ବିପର୍ଯ୍ୟୟ କ୍ଷେତ୍ର କୁହାଯାଏ । ଏକଦା ଏହି ସହର କୋଳାହଳମୟ ହୋଇ ଉଠୁଥିଲା । ଦୂରଦୂରାନ୍ତରୁ ଲୋକମାନେ ଆସି ଏଠାରେ ବସବାସ କରୁଥିଲେ । ପରେ ଏଠାରେ ଏକ ପରମାଣୁ କାରଖାନା ନିର୍ମାଣ କରାଗଲା । ଯାହା ଏହାର ଇତିହାସକୁ ବଦଳାଇ ଦେଇଥିଲା । ଆଜି ଏହି ସହରଟି ଜନଶୂନ୍ୟ ହୋଇଯାଇଛି । ଏହି ସହରରେ କେବଳ ଚାରି ଜଣ ଲୋକ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତିି ସ୍କଟଲ୍ୟାଣ୍ଡରୁ ଆସି ରହୁଥିବା କ୍ଲୁନେ ପାର୍କ । ଏହି ସହର ଅଗ୍ରଗତି କରୁଥିବାବେଳେ କ୍ଲୁନେ ଏଠାକୁ ଆସିଥିଲେ । ୧୯୨୦ ଦଶକରେ ଏଠାରେ ବହୁତ ଅଗ୍ରଗତି ହୋଇଥିଲା । କ୍ଲୁନେ ଏଠାରେ ନିଜର ଏକ ଜାହାଜ କାରଖାନାରେ କାମ କରୁଥିଲେ ।

ପରେ ଏଠାରେ ପରମାଣୁ କାରଖାନା ଖୋଲିଲା । ଯେଉଁଥିପାଇଁ ଆଜି ଏହା ଏକ ଭୂତ ସହରରେ ପରିଣତ ହୋଇଯାଇଛି । ସେଠାକାର ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ କଡ଼ାଯାଇଥିବା ବେଳେ ଆଉ କିଛି ନିଜ ଇଛାରେ ସହର ଛାଡ଼ି ପଳାଇଥିଲେ ।

ଏହି ଚାରି ଜଣ କୁହନ୍ତି, ଏହି ସହର ସେମାନଙ୍କୁ ବହୁତ କିଛି ଦେଇଛି । ଏହି କାରଣରୁ ସେ ଏହାକୁ ଛାଡିବେ ନାହିଁ । ଏଠାରେ ପ୍ରାୟ ୪୩୦ଟି ଫ୍ଲାଟ ଅଛି । ସରକାର ବର୍ତ୍ତମାନ ଏହି ଫ୍ଲାଟକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଥିବା କୋଠାଗୁଡ଼ିକ ବହୁତ ମଜଭୂତ । ସରକାର ଏହାକୁୁ ନଷ୍ଟ ନ କରି ପୁନଃ ନିର୍ମାଣ କରିବା ଭଲ ।

Leave A Reply

Your email address will not be published.