Latest Odisha News

ରାମ ମନ୍ଦିରକୁ ପେଣ୍ଟେଟ ଓ୍ବାର୍ଲଡ କ୍ଲକ୍ ଦେଲେ ପରିବା ବ୍ୟବସାୟୀ, ଏକା ସାଙ୍ଗରେ ଦେଖାଇବ ୯ ଟି ଦେଶର ସମୟ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତ୍ତାବରଣ ରହିଛି । ସମସ୍ତେ ନିଜ ନିଜସାମର୍ଥ୍ୟ ହିସାବରେ ରାମ ଲାଲାଙ୍କ ପାଇଁ କିଛି ପ୍ରଦାନ କରୁଛନ୍ତି । ଏହି କ୍ରମରେ ଲକ୍ଷ୍ନୌ ର ଜଣେ ପରିବା ବ୍ୟବସାୟୀ ଅନିଲ କୁମାର ସାହୁ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ଏକ ପେଣ୍ଟେଟ ଓ୍ବାର୍ଲଡ କ୍ଲକ ପ୍ରଦାନ କରିଛନ୍ତି । ଏହାର ବିଶେଷତ୍ୱ ​​ହେଉଛି ଏହି ଘଣ୍ଟା ଏକା ସାଙ୍ଗରେ ୯ ଟି ଦେଶର ସମୟ ଦେଖାଇବ ।

ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ରେ କିପରି ଏକ ପଥର ଯୋଡାଗଲା, ମନ୍ଦିରର ନିର୍ମାଣ କିପରି ସମ୍ଭବ ହେଲା, ଭକ୍ତମାନେ କିପରି ରାମଲାଲାଙ୍କ ଦର୍ଶନ ପାଇବେ ସେ ବିଷୟରେ ବିସ୍ତୃତ ଭାବେ ରାମ ମନ୍ଦିର ଟ୍ରଷ୍ଟର ସଭାପତି ନୃପେନ୍ଦ୍ର ମିଶ୍ର ବର୍ଣ୍ଣନା କରି କହିଛନ୍ତି ଯେ, ‘ଭଗବାନ ଏକ, ଖାଲି ପ୍ରତିମା ଅଲଗା ଅଟେ । ଜାନୁଆରୀ ୨୧-୨୨ ତାରିଖରେ ରାମ ଲାଲାଙ୍କ ପ୍ରତିମାକୁ ଗର୍ଭଗୃହ କୁ ଅଣାଯିବ ।

ପୁରୁଣା ପ୍ରତିମୂର୍ତ୍ତି ବସିବା ମୁଦ୍ରାରେ ଥିବାବେଳେ, ବର୍ତ୍ତମାନ ନୂତନ ପ୍ରତିମୂର୍ତ୍ତି ଠିଆ ହେବା ମୂଦ୍ରାରେ ଅଛି । ୪-୫ ବର୍ଷ ବୟସ ଆଧାରରେ ରାମଲାଲାର ଙ୍କ ର ଏକ ପ୍ରତିମା ତିଆରି କରାଯାଇଛି । ରାମଲାଲା ଙ୍କ ମୂର୍ତ୍ତି ଉପରେ ସୂର୍ଯ୍ୟ କିରଣ ପଡ଼ିବ । ରାମଲାଲାର ମୂର୍ତ୍ତି ଭୂମି ସ୍ତରରୁ ୭୧ ଇଞ୍ଚ ଉଚ୍ଚ ଅଟେ । ସମସ୍ତ ଲ୍ୟାବ ପରୀକ୍ଷା ପରେ, ମୂର୍ତ୍ତି ତିଆରି ପାଇଁ ତିନୋଟି ପଥର ଚୟନ କରାଯାଇଛି ।

ସେ କହିଛନ୍ତି, ‘ଏକ ପ୍ରତିଯୋଗିତା ମାଧ୍ୟମରେ ରାମଲାଲାଙ୍କ ରୂପ ଚୟନ କରାଯାଇଥିଲା। ଜାନୁୟାରୀ ୨୨ ତାରିଖ ସୁଦ୍ଧା କେବଳ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷହେବ । ପ୍ରଥମ ପର୍ଯ୍ୟାୟରେ, ତଳ ମହଲା, ଗର୍ଭଗୃହ, ମଣ୍ଡପ, ଗମ୍ବୁଜ କାର୍ଯ୍ୟ କରାଯିବ । ଡିସେମ୍ବର ୨୦୨୪ ସୁଦ୍ଧା ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷ ହେବ ।

Leave A Reply

Your email address will not be published.