Latest Odisha News

ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’ର ଏକାଦଶ ସନ୍ଧ୍ୟା

­ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ୧୨ ଦିନ ଧରି ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଶୁଭା ଶର୍ମା ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଅତିଥିଦ୍ୱୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଏହି ଜାତୀୟ ମେଳାର, ଏକାଦଶ ସନ୍ଧ୍ୟାରେ ଓଲିଉଡ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବତ୍ତୀ, ପୂଜା ପ୍ରତ୍ୟୁଶା ଓ ସ୍ଵୟମ ପାଢୀ ସଙ୍ଗୀତ ପରିବେଷଣ କରିଥିଲେ ।

ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ମେଳାର ଅବଧି ଆସନ୍ତା କାଲି ସରି ଯାଉଥିବାରୁ ଦର୍ଶକମାନେ ହସ୍ତଶିଳ୍ପ ଓ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବା ସହିତ ଖାଦ୍ଯ ପ୍ରାଙ୍ଗଣରେ ରାଜ୍ୟ ତଥା ରାଜ୍ୟ ବାହାରର ସୁସ୍ଵାଦ ଓ ପାରମ୍ପରିକ ବ୍ୟଞ୍ଜନ ମନଭରି ଉପଭୋଗ କରୁଛନ୍ତି ।

Leave A Reply

Your email address will not be published.