Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ବରଗଡ଼ର ୨ ଛାତ୍ର

ବରଗଡ଼ : ଚାଲିଛି ଘମାଘୋଟ ଯୁଦ୍ଧ। ଲଢେଇରେ କେହି ବି ପଛକୁ ହଟିବାର ନାହିଁ। ଋଷ-ୟୁକ୍ରେନ୍ ଯୁଦ୍ଧକୁ ୮ଦିନ ହୋଇଥିବା ବେଳେ ଦିନକୁ ଦିନ ପରିସ୍ଥିିତି ଜଟିଳ ହେବାରେ ଲାଗିଛି । ସେପଟେ ୟୁକେନକୁ ଡାକ୍ତରୀ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ଭାରତକୁ ଫେରିବାରେ ଲାଗିଛନ୍ତି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ବି ଆହୁରି ଅନେକ ଭାରତୀୟ ସେଠାରେ ଫସି ରହିଛନ୍ତି ।

ଅପରେସନ ଗଙ୍ଗା ଦ୍ୱାର। ଏବେ ବି ଉଦ୍ଧାର ଜାରି ରହିଛି । ସେହିଭଳି ଡାକ୍ତରୀ ପଢୁଥିବା ବରଗଡ଼ ଛାତ୍ର ନିଜ ଘରକୁ ଫେରିଛନ୍ତି । ୨୦ବର୍ଷୀୟ ଦୀପ୍ତି କର ଓ ଜୟ ପ୍ରକାଶ କର ଘରକୁ ଫେରିଛନ୍ତି । ଏହି ଅବସରରେ ନିଜ ପିଲାମାନଙ୍କୁ ପାଖରେ ପାଇ ବେଶ ୍ଆତ୍ମହରା ହୋଇପଡ଼ିଛନ୍ତି ପରିବାର। ଏନେଇ ପ୍ରଶାସନକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Comments are closed, but trackbacks and pingbacks are open.