Latest Odisha News

BREAKING NEWS

ପଞ୍ଜାବରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ନାଁ ଘୋଷଣା କରିବେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ କିଏ ହେବେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ୍ । ମଧ୍ୟାହ୍ନ ୧୨ଟା ବେଳେ ନାଁ ଘୋଷଣା ହେବ । ଏଥିପାଇଁ ଦଳ ଭିତରେ ସସପେନ୍ସ ବଢ଼ି ଚାଲିଛି । କିଏ ହେବେ ଆପର ମୁଖ୍ୟମନ୍ତ୍ରୀ ଚେହେରା ? ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୨୦ ତାରିଖରେ ଭୋ୍ଟ୍ ନିଆଯିବ ।

ଆମ୍ ଆଦମୀ ପାର୍ଟିର ପଞ୍ଜାବ ରାଜ୍ୟ ସଭାପତି ଭଗଓ୍ୱନ୍ତ ମାନଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ କେଜ୍ରିଓ୍ୱାଲ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେ ପଞ୍ଜାବର ସଙ୍ଗରୁର ଆସନରୁ ଲୋକସଭା ସାଂସଦ ବି ଅଛନ୍ତି । ଜଣେ ଜଣାଶୁଣା କମେଡିଆନ୍ ଭାବରେ ତାଙ୍କର ବେଶ ପ୍ରସିଦ୍ଧି ରହିଛି । ୨୦୧୨ରେ ସେ ରାଜନୀତିରେ ପାଦ ଥାପିଥିଲେ ।

ମନପ୍ରୀତ ବାଦଲଙ୍କ ପଞ୍ଜାବ ପିପୁଲ ପାର୍ଟିରେ ପ୍ରଥମେ ଯୋଗ ଦେଇଥିଲେ ଭଗଓ୍ୱନ୍ତ ମାନ । ସେହିବର୍ଷ ବିଧାନସଭା ନିର୍ବାଚନରେ ସେ ପରାଜିତ ହୋଇଥିଲେ । ୨୦୧୪ରେ ସେ ପଞ୍ଜାବ ପିପୁଲ୍ ପାର୍ଟି ଛାଡ଼ି ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ । ଏହାପରେ ସଙ୍ଗରୁର ଲୋକସଭା ଆସନରୁ ନିର୍ବାଚନ ଜିତି ଆସିଥିଲେ ଲୋକସଭା । ୨୦୧୯ରେ ବି ଏହି ଲୋକସଭା ଆସନରୁ ପୁଣି ଥରେ ସାଂସଦ ହୋଇଛନ୍ତି ଭଗଓ୍ୱନ୍ତ ମାନ ।

Comments are closed, but trackbacks and pingbacks are open.