Latest Odisha News

BREAKING NEWS

ଆପ୍ ବିଧାୟକଙ୍କ ପରିବାର ଲୋକଙ୍କୁ ପୋଲିସର ମାରପିଟ ଅଭିଯୋଗ

ୟୁପି: ୟୁପି ପୋଲିସ ଉପରେ ଆରୋପ ଲଗାଇଲେ ଆପ ବିଧାୟକ । ଉତ୍ତରପ୍ରଦେଶ ମେରଠର ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ପରିବାର ଓ ପରିଜନ ସଦସ୍ୟଙ୍କୁ ପୋଲିସ ମାରପିଟ୍ କରିଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀରେ ଆପ୍‌ର ସଫଳତାକୁ ନେଇ ପରିକ୍ଷିତଗଡ ଅଚଂଳ ଆଗବାନପୁର ଗାରଁରେ ନିଜ ବନ୍ଧୁ ଏବଂ ପରିବାର ସଦସ୍ୟମାନେ ମିଶି ଖୁସି ମନାଉଥିବା ବେଳେ ପୋଲିସ ତାଙ୍କୁ ମାରପିଟ୍ କରିବା ସହ ଅସଭ୍ୟ ଭାଷା ଗାଳିଗୁଲଜ ମଧ୍ୟ କରିଥିବା ଅମାନତୁଲ୍ଲା ଖାନ କହିଛନ୍ତି । ସେପଟେ କିନ୍ତୁ ୟୁପି ପୋଲିସ ଏପରି ଅଭିଯୋଗକୁ ଖଣ୍ଡନ କରିଛି । ପୋଲିସ କହିଛି ଯେ, ବିନା ଅନୁମତିରେ ସେଠାରେ ଉତ୍ସବ ପାଳନ କରାଯାଉଥିଲା । ଯାହା ପାଇଁ ତାଙ୍କୁ ବୁଝାସୁଝା କରାଯାଇଛି । ଏପରିକି କିଛି କାମ ନକରନ୍ତୁ ଯେଉଁଥିରେ ପରିବେଶକୁ କ୍ଷତି ପଂହଚିବ । ହେଲେ ମାର୍‌ପିଟ୍ ଅଭିଯୋଗ ମିଥ୍ୟା ବୋଲି ପୋଲିସ କହିଛି ।

Leave A Reply

Your email address will not be published.