Latest Odisha News

BREAKING NEWS

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଗଜପତି: ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଅଡବା ଗ୍ରାମ ନିକଟ ଜଙ୍ଗଲରୁ ଗୁରୁବାର ସକାଳୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, କିଛି ଗାଈ ଚରାଳୀମାନେ ଉକ୍ତ ନବଜାତ ଶିଶୁଟିକୁ ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ସେମାନେ ଶିଶୁଟିକୁ ଉଦ୍ଧାର କରି ଅଡବା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ପରବର୍ତ୍ତୀ ସମୟରେ ପ୍ରାଥମିକ ଉପଚାର ପରେ ଉକ୍ତ ନବଜାତକକୁ ଚିକିତ୍ସା ନିମନ୍ତେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ନବଜାତକକୁ କେହି ଜନ୍ମପରେ ଏଠାରେ ଫୋପାଡି ଦେଇ ଚାଲିଯାଇଥିବା ନେଇ ସନ୍ଦେହ କରାଯାଉଛି । ଅପରପକ୍ଷରେ ଚିକିତ୍ସିତ ଶିଶୁକନ୍ୟାକୁ ପରବର୍ତ୍ତୀ ସମୟରେ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.