Latest Odisha News

BREAKING NEWS

‘ହାଜର ହେବେନି ଉତ୍ତର ରଖିବେ’: କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଷ୍ଟମ ସମନ ପରେ ବି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ଅଷ୍ଟମ ଥର ପାଇଁ ସମନ ପଠାଇଥିଲା ଇଡି । ହେଲେ ଅଷ୍ଟମ ଡାକରାକୁ ବେଆଇନ୍ ଦର୍ଶାଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ପରେ ମଧ୍ୟ ସେ ଇଡି ସମସ୍ତ ପ୍ରଶ୍ନର ଉତ୍ତର ରଖିବା ପାଇଁ ପ୍ରସ୍ତୁତ ଥିବା ଆପ ପକ୍ଷରୁ କୁହାଯାଇଛି। କୁହାଯାଇଛି ମାର୍ଚ୍ଚ ୧୨ ପରେ ତଦନ୍ତକାରୀ ସଂସ୍ଥାର ସବୁ ପ୍ରଶ୍ନ ସାମ୍ନା କରିବେ କେଜ୍ରିୱାଲ ।

ଭିଡିଓ କନଫରେନ୍ସିଂ ଜରିଆରେ ଇଡି ପ୍ରଶ୍ନର ଉତ୍ତର ଦେବେ ବୋଲି ଆପ ପକ୍ଷରୁ ଆଜି କୁହାଯାଇଛି । ଫେବୃଆରୀ ୨୭ରେ ଇଡି ପକ୍ଷରୁ ଅଷ୍ଟମ ଥର ପାଇଁ ସମନ ପଠାଯାଇଥିଲା । ମାର୍ଚ୍ଚ ୪ ଅର୍ଥାତ ଆଜି ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା । ସବୁପରି ଆଜି ମଧ୍ୟ ହାଜର ହୋଇନଥିଲେ ଇଡି । କିନ୍ତୁ ମାର୍ଚ୍ଚ ୧୨ ପରେ ସମସ୍ତ ପ୍ରଶ୍ନର ମୁକାବିଲା କରିବେ ହେଲେ ଭିଡିଓ କନଫରେନ୍ସି ଜରିଆରେ ବୋଲି କୁହାଯାଇଛି ।

ଏହା ପୂର୍ବରୁ ଇଡି ପକ୍ଷରୁ ୭ ଥର ସମନ ପଠାଇ ସାରିଛି । ଏ ସମସ୍ତ ସମନକୁ ବେଆଇନ୍ ଏବଂ ରାଜେତୖତିକ ଉଦ୍ଦେଶ୍ୟ ଦର୍ଶାଇ ଇଡି ଅଫିସରେ ହାଜର ହେଉନଥିଲେ କେଜିୱାଲ । ୬ ଥର ସମନ ପରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଇଡି । ସେହି ସମୟର ଭିଡିଓ ବିଧାନସଭା ଅଧିବେଶନ ଚାଲିଥିବାରୁ ଭିଡିଓ କନଫରେନ୍ସି ଜରିଆରେ ଅଦାଲତଙ୍କ ପ୍ରଶ୍ନର ସାମ୍ନା କରିଥିଲେ କେଜ୍ରିଓ୍ବାଲ । ଏହା ଉପରେ ଆସନ୍ତା ମାର୍ଚ୍ଚରେ ଶୁଣାଣି କରାଯିବ । ଏହାରି ଭିତରେ ଇଡି ପକ୍ଷରୁ ୨ଥର ସମନ ପଠାଯାଇଥିଲା । ଫଳରେ ଆପ ପକ୍ଷରୁ କୁହାଯାଇଥିଲା ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଇଡି ଅଯଥା ସମନ ପଠାଇ ଅଦାଲତଙ୍କ ନିଷ୍ପତିକୁ ଅପେକ୍ଷା କରୁ ।–

Leave A Reply

Your email address will not be published.