Latest Odisha News

BREAKING NEWS

ଜାନୁଆରୀ ୧ରୁ ମହଙ୍ଗା ହେବ ଫ୍ରିଜ୍ ଓ ଏସି…

ଭୁବନେଶ୍ୱର: ଫ୍ରିଜ ଓ ଏସି ଇତ୍ୟାଦି କିଣିବାକୁ ଚାହୁଁଥିବା ଉପଭୋକ୍ତା ଏକ ଜାନୁଆରୀ ପୂର୍ବରୁ କିଣିଦିଅନ୍ତୁ | କାରଣ ୧ ଜାନୁଆରୀ ୨୦୨୦ ରୁ ପକେଟରୁ ଅଧିକା ୬୦୦୦ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ |

ଜାନୁଆରୀରୁ ବ୍ୟୁରୋ ଅଫ ଏନର୍ଜି (ବି.ଇ.ଇ) ପାଞ୍ଚ ତାରକା ମାନଙ୍କ ଲାଗୁକରିବାକୁ କରିବେ | ଏଥିପାଇଁ କମ୍ପାନୀ ମାନଙ୍କୁ ଅଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଖର୍ଚ୍ଚ କରିବାକୁ ପଡିବ |

ବଦଳିଯିବ ନିର୍ମାଣ କୌଶଳ :
ଜାତୀୟ ଗଣମାଧ୍ୟମ ସୁଚନା ଅନୁସାରେ , ଉଦ୍ୟୋଗ ସଂଗଠନ ‘ କଂଯ୍ୟୁମର ଏଲେକ୍ଟ୍ରୋନିକ୍ସ ଆଣ୍ଡ ଆପ୍ଲାୟନସେସ ମନ୍ୟୁଫେକ୍ଚରସ ଆସୋସିଏସନ ପକ୍ଷରୁୁ ଏସି କୁଲିଙ୍ଗ ପାଇଁ ବ୍ୟବହାର କରାଯାଉଥିବା ପାରମ୍ପରିକ ଫୋମ ଜାଗାରେ ଭକ୍ୟୁମ ପ୍ୟାନେଲ ଲଗାଯିବ ଏହା ଉଦ୍ୟୋଗ ଜଗତ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି | ଏହାକୁ ଛାଡିଦେଲେ ଫ୍ରଷ୍ଟ ଫ୍ରି ଓ ଡ଼ାଇରେକ୍ଟ କୁଲିଙ୍ଗ ପାଇଁ ଗୋଟେ ଷ୍ଟାର ବଦଳାଇବାକୁ ପଡିବ |

କମ୍ପାନୀମାନଙ୍କୁ ଫ୍ୟାକ୍ଟ୍ରିରେ ଅଧିକ ନିବେଶ କରିବାକୁ ପଡିବ:
ଏହି ପ୍ରଣାଳୀ ଲାଗୁକରିବାକୁ କମ୍ପାନୀମାନଙ୍କୁ ଫ୍ୟାକ୍ଟ୍ରିରେ ଅଧିକ ନିବେଶ କରିବାକୁ ପଡିବ ଯାହା ଏବେ କୌଣସି କମ୍ପାନୀ ଚାହୁଁନାହାନ୍ତି | ହେଲେ ନିଜ ଉତ୍ପାଦସବୁ ଉପରେ ପାଞ୍ଚ ତାରକା ରେଟିଙ୍ଗ ଆଣିପାରିବେନି |

ତେଣୁ ଫ୍ରିଜ ଓ ଏସି ଇତ୍ୟାଦି କିଣିବାକୁ ଚାହୁଁଥିବା ଉପଭୋକ୍ତା ଏକ ଜାନୁଆରୀ ପୂର୍ବରୁ କିଣିଦିଅନ୍ତୁ ନହେଲେ ପକେଟରୁ ଅଧିକ ଅର୍ଥ ଗଣିବାକୁ ପଡିବ |

Leave A Reply

Your email address will not be published.