Latest Odisha News

BREAKING NEWS

ବିଳମ୍ବିତ ରାତିରେ ବାଣୀବିହାର ରେଲଓ୍ୱେ ବ୍ରିଜ ଉପରେ ଦୁର୍ଘଟଣା, ୪ କାରକୁ ପିଟିଲା ଡମ୍ପର

ଭୁବନେଶ୍ୱର: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ବାଣୀବିହାର ରେଲଓ୍ୱେ ଓଭର ବ୍ରିଜ ନିକଟରେ ବେପରୁଆ ଡମ୍ପର ପିଟିଲା ୪ କାରକୁ । ଚାରି କାର ଡ୍ରାଇଭର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଦୁର୍ଘଟଣା ପୂର୍ବରୁ ଖୋର୍ଦ୍ଧା ପଟୁ ଆସୁଥିବା ଏହି ଡମ୍ପରଟି ନୟାପଲ୍ଲୀ ଏବଂ ରସଲୁଗଡ ବ୍ରିଜ ଉପରେ ବେପରୁଆ ଭାବେ ଯାଉଥିଲା ବୋଲି ସୂଚନା ରହିଛି । ନିଶାଶକ୍ତ ଅବସ୍ଥାରେ ଡମ୍ପର ଡ୍ରାଇଭର ଗାଡି ଚଳାଉଥିଲା ବୋଲି ସୂଚନା ରହିଛି। ସତସଙ୍ଗବିହାର ପରେ ଭିଏସଏସ ନଗର ପାଖରେ ଡମ୍ପରଟି କାର ଗୁଡିକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ଏତେ ଜୋରରେ ଥିଲା ଯେ କାରଟି ଧକ୍କା ହେବା ପରେ ବାଡେଇ ହୋଇଯାଇଥିଲା ରେଲଓ୍ୱେ ବ୍ରିଜର ଡିଭାଇଡରରେ । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନୀର ସୂଚନା ନାହିଁ । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାତି ୧୦ଟା ୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଦୁର୍ଘଟଣା ଘଟାଇ ଡମ୍ପରଟି କଟକ ରାସ୍ତାରେ ଖସି ପଳାଇଥିଲା। ତେବେ ସ୍ଥାନୀୟ ପୋଲିସ ଏବଂ ପିସିଆର ଟିମ୍ ଆସିଥିଲେ ମଧ୍ୟ ଏହି ଟ୍ରକଟିକୁ କାବୁ କରିପାରିନଥିଲେ। ଏମିତିକି ପାହାଳ ପାଖରେ ପିସିଆର ଗାଡିକୁ ଚକମା ଦେଇ ଖସି ପଳାଇଥିଲା ଏହି ବେପରୁଆ ଡମ୍ପର । ହେଲେ କଟକ ତେଲେଙ୍ଗାନା ରାସ୍ତାରେ ପୋଲିସ ଆଗୁଆ ସତର୍କ ହୋଇ ରହିବା ପରେ ଟ୍ରକଟିକୁ କାବୁ କରିଥିଲେ। ଟ୍ରକଟି ଖୋର୍ଦ୍ଧା ଆଡୁ ଆସି ଝାଡଖଣ୍ଡ ଯାଉଥିବା ଜଣାପଡିଛି।

ତେବେ ବାଣୀବିହାର ରାସ୍ତା ଉପରେ ଦୁର୍ଘଟଣା ଘଟାଇବା ପରେ ଆହୁରି ଜୋରରେ ରାସ୍ତାରେ ଡ୍ରମ୍ପଟି ଯାଇଥିଲା । ଏଥିରେ ଦୁଇ ଜଣ ବାଇକ ଚାଳକ ଆହତ ହୋଇଥିବା ଜଣାପଡିଛି। ଏହି ଘଟଣାରେ ମୋଟ୍ ୭ ଜଣ ଆହତ ହୋଇଛନ୍ତି।

Leave A Reply

Your email address will not be published.