Latest Odisha News

BREAKING NEWS

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଗୁରାଣ୍ଡି ଥାନା OICଙ୍କୁ ୩ ଘଣ୍ଟା ଜେରା

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଘନ ଘନ ଜେରା ଚାଲିଛି । ଆଜି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ତିନି ଘଣ୍ଟା ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ଥାନାରେ ତାଙ୍କୁ ଜେରା ହୋଇଥିଲା । ସେଦିନ ସେ କାହିଁକି ଆସିଥିଲେ ? ବିଦ୍ୟାଭାରତୀଙ୍କ ସହ ତାଙ୍କର ସମ୍ପର୍କ କଣ ? ହସ୍ପିଟାଲରେ ସେ କଣ କରୁଥିଲେ ? କାହିଁକି ଅଟକାଇଥିଲେ ଆମ୍ବୁଲାନ୍ସ ?

ତଦନ୍ତକାରୀ ଟିମ୍ ମମତା ପଣ୍ଡାଙ୍କୁ ଏମିତି ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି । ମମତା ପଣ୍ଡାଙ୍କ ନାଁରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ପରିବାର । ସେ ରାସ୍ତାରେ ଆମ୍ବୁଲାନ୍ସ ଅଟକାଇଥିବା ଅଭିଯୋଗ କରିଥିଲେ । ମମତା ବିଦ୍ୟାଭାରତୀଙ୍କର ଦୂର ସମ୍ପର୍କୀୟ ହେବେ । ସେଦିନ ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଖବର ଶୁଣିବା ପରେ ମାନବିକତା ଦୃଷ୍ଟି କୋଣରୁ ସେ ହସ୍ପିଟାଲକୁ ଆସିଥିଲେ ବୋଲି କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି ।

ଗତ ସପ୍ତାହେ ଧରି ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଏଯାଏ ମମତା ପଣ୍ଡାଙ୍କୁ ମିଶାଇ ୧୬ ଜଣଙ୍କୁ ବିଭିନ୍ନ ପର୍ୟ୍ୟାୟରେ ପଚରାଉଚରା କଲାଣିତଦନ୍ତକାରୀ ଟିମ୍ । ଆଗକୁ ଗଜପତି ଡିଏପଓ ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଜେରା ହେବ । ତଦନ୍ତକୁ କ୍ରାଇମବ୍ରାଞ୍ଚ ଟିମ୍ କି ସୁରାକ ପାଇଛି ଓ ଆଗକୁ ମାମଲା କି ମୋଡ଼ ନେଉଛି ତାଉପରେ ନଜର ରହିଛି ।

Leave A Reply

Your email address will not be published.