Latest Odisha News

BREAKING NEWS

ସୌମ୍ୟରଞ୍ଜନ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ, ବନ ବିଭାଗର ୨ କର୍ମଚାରୀଙ୍କୁ ମାରାଥନ ଜେରା

ଗଜପତି : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ଚତୁର୍ଥ ଦିନରେ ତଦନ୍ତ ପହଞ୍ଚି ଥିବା ବେଳେ, ଦ୍ବିତୀୟ ଦିନରେ ପୁଣି ବନ କର୍ମଚାରୀଙ୍କୁ ଜେରା କରିଛି ତଦନ୍ତକାରୀ ଟିମ୍ । ଆଜି ଡିଏଫଓଙ୍କ ଫାଟକ ଜଗୁଥିବା ସନ୍ତୋଷ ବିଶ୍ବାଳ ଓ ମାଳି ଅଜୟ ବେହେରାଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ ।

ସେହିପରି ଘଟଣାଦିନ ସୌମ୍ୟଙ୍କୁ ନେଇ କଟକ ଯାଇଥିବା ଆମ୍ବୁଲାନ୍ସର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ଜେରା ବେଳେ ଅନେକ ରୋଚକ କଥ୍ୟ ସାମ୍ନାକୁ ଆସିଛି । ଘଟଣା ଦିନ ରାତି ପ୍ରାୟ ୮ଟା ବେଳେ ଜିଲ୍ଲାପାଳ ଡିଏଫଓଙ୍କ ଘରକୁ ଯାଇଥିଲେ । ଏବଂ ଏସିଏଫ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ ସ୍ଥାନାନ୍ତର ସମୟରେ ଜିଲ୍ଲାପାଳ ଉପସ୍ଥିତ ଥିବା କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ କହିଛି ଜଗୁଆଳି ସନ୍ତୋଷ ବିଶ୍ବାଳ । ତେବେ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି କ୍ରାଇମବାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ।

ଡିଏଫଓଙ୍କ ସଂପୃକ୍ତି ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରୁଥିବା ବେଳେ, ଘଟଣା ଦିନ ଜିଲ୍ଲାପାଳଙ୍କ ଉପସ୍ଥିତି ଏବ ଚର୍ଚ୍ଚାର ବିଷୟ ହୋଇଛି । ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗକୁ ଯାଉଛି, ସେତିକି ନୂଆ ନୂଆ ଚରିତ୍ର ଏବଂ ତଥ୍ୟ ସାମ୍ନାକୁ ଆସୁଛନ୍ତି । ଏଭଳି ଏକ ଅଡୁଆ ସୂତାରୁ ଖିଅ ବାହାର କରିବାରେ କ୍ରାଇମବାଞ୍ଚ କେତେ ସଫଳ ହେଉଛି ତାହା ଉପରେ ଏବେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.