Latest Odisha News

BREAKING NEWS

ଚଳିତ ବର୍ଷ ବଡ଼ ପରଦାରେ ଧୁମ୍‌ ମଚେଇବେ ଅଲ୍ଲୀ ଫଜଲ

ମୁମ୍ବାଇ: ଗତ ବର୍ଷ ମହାମାରୀ ହେତୁ ଅଲ୍ଲୀ ଫଜଲଙ୍କ ହଲିଉଡ ଚଳଚ୍ଚିତ୍ର ‘ଡେଥ୍‌ ଅନ୍ ଦି ନାଇଲ୍’ ସମେତ ଅନେକ ପ୍ରୋଜେକ୍ଟ ମୁକ୍ତିଲାଭ ହେବାରୁ ବଞ୍ଚିତ ହୋଇଛି। ତେବେ ୱେବ୍ ସିରିଜ୍ ‘ମିର୍ଜାପୁର ୨’ ମାଧ୍ୟମରେ ଦର୍ଶକଙ୍କ ମଧ୍ୟରେ ନିଜର ଛାପ ଛାଡିବାରେ ସଫଳ ହୋଇଥିଲେ ଅଲ୍ଲୀ। ବର୍ତ୍ତମାନ ଚଳିତ ବର୍ଷ ଅଲ୍ଲୀଙ୍କ ଅନେକ ପ୍ରୋଜେକ୍ଟ ମୁକ୍ତିଲାଭ ଅପେକ୍ଷାରେ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଗତ ବର୍ଷ ଲୋକମାନେ ସୋସିଆଲ ମିଡିଆରୁ ସାମାଜିକ ଜୀବନରେ ଅନେକ ଉତ୍ତେଜନା ଦେଖିଥିଲେ। ଏହା ଅପେକ୍ଷା ଏହି ବର୍ଷ ଭଲ ହେବ ବୋଲି ଆଶା କରାଯାଉଛି। ଗତ ବର୍ଷ ମୁଁ ଅନୁଭବ କଲି ଯେ ପରିବାର ସହିତ ସମୟ ବିତାଇବା ଅତ୍ୟନ୍ତ ଜରୁରୀ। ତଥାପି, ଏହି ବର୍ଷ ମଧ୍ୟ ମୋ ପାଇଁ ବହୁତ ବ୍ୟସ୍ତ ହେବାକୁ ଯାଉଛି। ଆଶା କରୁଛି ଏହି ବର୍ଷ କାର୍ଯ୍ୟ, ପରିବାର ଏବଂ ସ୍ୱାସ୍ଥ୍ୟ ସବୁ ଦୃଷ୍ଟିରୁ ଭଲ ରହିବ। ଏହି ବର୍ଷ ମୁଁ ‘ଫୁକ୍‌ରେ ୩’ ଏବଂ ‘ମିର୍ଜାପୁର ୩’ ସହିତ ଅନ୍ୟାନ୍ୟ ଅନେକ ପ୍ରୋଜେକ୍ଟରେ କାମ କରିବାକୁ ପ୍ରସ୍ତୁତ ହେଉଛି।

Leave A Reply

Your email address will not be published.