Latest Odisha News

BREAKING NEWS

ଓଲିଉଡକୁ ଫେରିଲେ ଆର୍ଯ୍ୟନ୍

ଭୁବନେଶ୍ୱର: ଫିଲ୍ମ “ଯୋଗୀ”ରେ ସାଜିଥିଲେ ମୁଖ୍ୟ ନାୟକ । ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ ବି କରିଥିଲେ । ହେଲେ ହଠାତ୍ କୌଣସି କାରଣ ପାଇଁ ଓଡିଆ ଚଳଚ୍ଚିତ୍ର ଦୁନିଆରୁ ଉଭାନ୍ ହୋଇଯାଇଥିଲେ । ତେବେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ପୁଣିଥରେ ସେ ଓଲିଉଡକୁ ଫେରିଛନ୍ତି । ଏଠି ଆମେ ଅନ୍ୟ କାହା କଥା ନୁହେଁ ବରଂ ମୁମ୍ବାଇରେ ରହୁଥିବା ଓଡିଆ ପୁଅ ଆର୍ଯ୍ୟନ ଧୀରଙ୍କ କଥା କହୁଛୁ ।

ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନର ତଳେ ନିର୍ମିତ ହେଉଥିବା ଫିଲ୍ମ “କହିଦେ ଥରେ ଆଇ ଲଭ ୟୁ ” ଜରିଆରେ ଆର୍ଯ୍ୟନ ପୁଣିଥରେ ଓଡିଆ ଫିଲ୍ମ ଜଗତକୁ କମ୍‌ବ୍ୟାକ୍ କରିଛନ୍ତି । ତରୁଣ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଆର୍ଯ୍ୟନଙ୍କ ଅପୋଜିଟ୍‌ରେ ଚୁଲବୁଲି ନାୟିକା ଭୂମିକାଙ୍କୁ ଦେଖିବାକୁ ମିଳିବ ।

ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ସସ୍ମିତା ଓ ରାଜରାଜେଶ ନଜର ଆସିବେ । ପ୍ରଥମଥର ପାଇଁ ଚଣ୍ଡୀ ପରିଜାଙ୍କ ନିର୍ଦ୍ଦେଶନାରେ କାମ କରୁଥିବା ଆର୍ଯ୍ୟନ ଏହି ଫିଲ୍ମ ପାଇଁ ବେଶ ଏକ୍ସାଇଟେଡ୍ ଥିବା ଜଣାପଡିଛି । ଫିଲ୍ମର ଅଧିକାଂଶ ଭାଗ ସୁଟିଂ ବାରିପଦାରେ ସରିଥିଲାବେଳେ ଖୁବଶୀଘ୍ର ରିଲିଜ ହେବାର ସମ୍ଭାବନା ରହିଛି । ଆଶା କରାଯାଉଛି ଓଲିଉଡରେ ଆର୍ଯ୍ୟନଙ୍କ ସେକେଣ୍ଡ ଇନିଂସ ନିଶ୍ଚିତ ଭାବେ ସଫଳ ହେବ ।

Leave A Reply

Your email address will not be published.