Latest Odisha News

ମାଆଙ୍କୁ ଭେଟିବାକୁ ଯାଇଥିଲେ, ଭାଇ ଫେରାଇ ଦେଲେ

ମୁମ୍ବାଇ: ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ମିଆରା ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଜୀବନରେ ଏବେ ଉଠିଛି ଝଡ଼ । ପତ୍ନୀଙ୍କ ଅଭିଯୋଗ ପରେ ବଢି ଚାଲିଛି ଅଡୁଆ । ପତ୍ନୀଙ୍କ ପରେ ଏବେ ଭାଇ ଭାଇଙ୍କ ସଂପର୍କରେ ପଡିଛି ଫାଟ ।

ଗତ ରାତିରେ ନୱାଜୁଦ୍ଦି ନିଜ ମାଆଙ୍କୁ ଭେଟିବାକୁ ଯାଇଥିବା ବେଳେ  ମାଆଙ୍କ ସହ ସାକ୍ଷାତ୍‌ କରିବାକୁ ଦେଇନଥିଲେ ତାଙ୍କ ଭାଇ ଓ କେୟାର ଟେକର୍‌ ରୋକିଥିଲେ। ତାଙ୍କ ମାଆ ଅସୁସ୍ଥ ଥିବାରୁ ସେ କାହାକୁ ବି ଭେଟିବାକୁ ଚାହାନ୍ତିନି ବୋଲି ତାଙ୍କୁ କୁ୍ହା‌ଯାଇଛି ।

ଜାଣିବାକୁ ମିଳିଛି ଯେ ନୱାଜୁଦ୍ଦିନ ସିଦ୍ଦିକ ଆସନ୍ତାକାଲି ଡେରାଡୁନ୍‌ରୁ ଫେରିଥାନ୍ତେ। ମାତ୍ର ମାଆ ଦେହ ଖରାପ ହେବା ଖବର ଶୁଣି ସେ ଶୀଘ୍ର ପଳେଇ ଆସିଥିଲେ। ଏକ ସାକ୍ଷାତ୍‌କାରରେ ନୱାଜୁଦ୍ଦିନଙ୍କ ଭାଇ କହିଥିଲେ ଯେ ସେ କାହା ସହ ବି ଭଲ ସଂପର୍କ ରଖନ୍ତି ନାହିଁ। ସେ କାହାକୁ ବି ସାହାଯ୍ୟ କରନ୍ତି ନାହିଁ। ଏପରିକି ନୱାଜୁଦ୍ଦିନ ଜଣେ ସଫଳ ଅଭିନେତା ହୋଇ ମଧ୍ୟ କୌଣସି ବି ଭାଇଙ୍କର କ୍ୟାରିୟର୍‌ ଗଢ଼ିବାରେ ସେ ସାହାଯ୍ୟ କରିନାହାନ୍ତି।

Leave A Reply

Your email address will not be published.