Latest Odisha News

BREAKING NEWS

ଏହି ଜିଲ୍ଲାର ପ୍ରତ୍ୟେକ ଥାନାରେ ଏତଲା ଦେଲା ବିଜେପି

ଭଦ୍ରକ: ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ଘଟଣାରେ ଦଳ ପକ୍ଷରୁ ଭଦ୍ରକ ଜିଲ୍ଲାର ସମସ୍ତ ଥାନାରେ ଏତଲା ଦିଆଯାଇଛି। ପୁଲିସ ଯୋଜନା କରି କାର୍ଯ୍ୟକର୍ତ୍ତାକଙ୍କୁ ମାଡ଼ ମାରିଥିବା ବିଜେପି ଅଭିଯୋଗ କରିଛି। ଏନେଇ ଆଜି ଜିଲ୍ଲାର ସମସ୍ତ ଥାନାରେ ବିଜେପି କର୍ମୀ ପହଞ୍ଚି ଏତଲା ଦେଇଥିବା ସୂଚନା ମିଳିଛି।

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଥିବା ଅଭିଯୋଗ କରି ପ୍ରତିବାଦରେ ମଙ୍ଗଳବାର ଓଡ଼ିଶା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାସନଭା ଘେରାଉ ପାଇଁ ଉଦ୍ୟମ କରାଯାଇଥିଲା। ଏନେଇ ଯୁବ ମୋର୍ଚ୍ଚା ପକ୍ଷରୁ ପୂର୍ବ ସୂଚନା ବି ଦିଆଯାଇଥିଲା। ମଙ୍ଗଳବାର ପ୍ରତିବାଦ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିବା ବେଳେ ପୋଲିସ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ କରିଛି ଧଳ। ସାଧା ପୋଷାକଧାରୀ ପୁଲିସ ଆକ୍ରମଣ ଫଳରେ ଦଳରେ ବହୁ ପୁରୁଷ ଓ ମହିଳା କର୍ମୀ ଆହତ ହୋଇଥିବା ବିଜେପି ଅଭିଯୋଗ କରି ଥାନାରେ ମାମଲା ଦେଇଛି।

Leave A Reply

Your email address will not be published.