Latest Odisha News

BREAKING NEWS

ସୋନିଆ ଗାନ୍ଧୀ ଅସୁସ୍ଥ, ମେଡିକାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ୭୬ ବର୍ଷୀୟା ସୋନିଆ ଗାନ୍ଧୀ ପୁଣିଥରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୋନିଆଙ୍କୁ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜର ହୋଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ ହସ୍ପିଟାଲରେ ସୋନିଆଙ୍କୁ ଅବଜରଭେସନରେ ରଖା ଯାଇଛି । ଚଳିତବର୍ଷ ଦ୍ୱିତୀୟ ଥର ଲାଗି ସୋନିଆ ଗାନ୍ଧୀ ପୁଣି ଥରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତ ଜାନୁଆରୀ ମାସରେ ସୋନିଆଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ନିକଟରେ ରାୟପୁରରେ ଅନୁଷ୍ଠିତ କଂଗ୍ରେସର ୮୫ତମ ପ୍ଲେନାରି ସିଜନରେ ଯୋଗ ଦେଇଥିଲେ ସୋନିଆ ଗାନ୍ଧୀ ।

Leave A Reply

Your email address will not be published.