Latest Odisha News

BREAKING NEWS

ଫିଲ୍ମ ‘ଗଦର-୨’ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅମିଶା

ମୁମ୍ବାଇ: ଆଗକୁ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଗଦର-୨ । ଏହି ଫିଲ୍ମର ପ୍ରମୋସନକୁ ନେଇ ଅଭିନେତା ସନ୍ନି ଦେଓଲ ଏବଂ ଅଭିନେତ୍ରୀ ଅମିଶା ପଟେଲ ଖୁବ୍ ବ୍ୟସ୍ତ ଅଛନ୍ତି । କିନ୍ତୁ ଏସବୁ ଭିତରେ ଫିଲ୍ମର ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯାଗ ଆଣିଛନ୍ତି ଅଭିନେତ୍ରୀ ଅମିଶା ।

BjdElectrycity

ଅମିଶା ସୋସିଆଲ ମିଡିଆରେ ଏନେଇ ଅଭିଯୋଗ କରିଛନ୍ତି ଯେ, ଫିଲ୍ମର ପ୍ରଡକ୍ସନ ନିର୍ଦ୍ଦେଶକ ଅନିଲ ଶର୍ମା ପ୍ରଡକ୍ସନ ହାଉସ ପରିଚାଳନା କରୁଛନ୍ତି । କିନ୍ତୁ ସେ କିଛି କର୍ମଚାରୀଙ୍କୁ ସେମାନଙ୍କ ପାରିଶ୍ରମିକ ଠିକ୍ ଭାବେ ଦେଇନାହାନ୍ତି । ଯେମିତି କି ପ୍ରଡକ୍ସନ ହାଉସର ମେକଅପ ଆର୍ଟିଷ୍ଟ ଏବଂ ଫ୍ୟାଶନ ଡିଜାଇନରଙ୍କୁ ଦରମା ଦେଇ ନାହାନ୍ତି । ସେମାନଙ୍କୁ ପରିବହନ ଖର୍ଚ୍ଚ ଏବଂ ଖାଇବା ଖର୍ଚ୍ଚ ମଧ୍ୟ ଦିଆଯାଇନାହିିଁଁ । ସେହିପରି କିଛି କଳାକାର ଏବଂ କ୍ରୁ ସଦସ୍ୟଙ୍କୁ କାର ସୁବିଧା ଦିଆଯାଇ ନ ଥିବାରୁ ସେମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଦୀର୍ଘ ୨୨ ବର୍ଷ ତଳେ ରିଲିଜ୍ ହୋଇଥିଲା ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲଙ୍କ ଫିଲ୍ମ ‘ଗଦର’ । ସେ ସମୟରେ ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଥିବା ବେଳେ ସୁପରହିଟ୍ ମଧ୍ୟ ହୋଇଥିଲା ।

Leave A Reply

Your email address will not be published.