Latest Odisha News

BREAKING NEWS

ସାଇବର ଥାନାରେ ଅଭିନେତ୍ରୀ ଅନୁ: ମିଥ୍ୟା ଖବର ପ୍ରଚାର ନେଇ ୱେବ୍ ଚ୍ୟାନେଲ ନାଁରେ ଦେଲେ ଏତଲା

ଭୁବନେଶ୍ଵର: ସାଇବର ଥାନାର ଦ୍ଵାରସ୍ଥ ହେଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ । ମିଥ୍ୟା ଖବର ପ୍ରସାରଣ କରି ଗୁଜବ ସୃଷ୍ଟି କରୁଥିବା ୱେବ ଚ୍ୟାନେଲ ନାଁରେ ଦେଲେ ଏତଲା । ଅଭିନେତ୍ରୀଙ୍କୁ କ୍ୟାନସର ହୋଇଥିବା ନେଇ ଏକ ୱେବ୍ ପୋର୍ଟାଲରେ ମିଛ ଖବର ପ୍ରକାଶ କରାଯିବା ପରେ ଏପରି ପଦକ୍ଷେପ ନେଇଛନ୍ତି ଅନୁ ।

ସୂଚନା ଅନୁସାରେ, ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନ୍ସର ହୋଇଥିବା ନେଇ ଏକ ମିଥ୍ୟା ଖବର ପ୍ରଚାର କରିଥିଲା ଏକ ୱେବ୍ ଚ୍ୟାନେଲ । ପ୍ରଚାର ହୋଇଥିବା ଖବରକୁ ଅନୁଧ୍ୟାନ କରିବା ପରେ ଆଇନର ଆଶ୍ରୟ ନେଇଛନ୍ତି ଅଭିନେତ୍ରୀ ଅନୁ । ସାଇବର ଥାନାର ଦ୍ଵାରସ୍ଥ ହୋଇ ଉକ୍ତ ୱେବ୍ ପୋର୍ଟାଲ ନାଁରେ ଏତଲା ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅନୁ । ଏଭଳି ମିଥ୍ୟା ଖବରକୁ ନିନ୍ଦା କରିବା ସହ ଏଭଳି ଗୁଜବରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ କ୍ୟାନସର ହୋଇଥିବା କହିବା ହୀନ ମାନସିକତା ବୋଲି ଅନୁ ଚୌଧୁରୀ କହିଛନ୍ତି । ଏଭଳି କୁଶ୍ଚିତ ମାନସିକ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଓଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ । ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ ।

Leave A Reply

Your email address will not be published.