Latest Odisha News

BREAKING NEWS

କମେଡିଆନ ଭାରତୀ ସିଂ ଜାତୀୟସ୍ତରର ଶୁଟର ଥିଲେ, ଏବେ ପୁନର୍ବାର ଆରମ୍ଭ କଲେ ଅଭ୍ୟାସ

ମୁମ୍ବାଇ: ଅଭିନେତ୍ରୀ ଓ କମେଡିଆନ ଭାରତୀ ସିଂ ଏବେ ୟୁ ଟ୍ୟୁବ ବ୍ଲଗ ଜରିଆରେ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀ ଜଣେ ଜାତୀୟସ୍ତରର ଶୁଟର ଥିଲେ । ସେ କେତେକ ଜାତୀୟ ଗେମ୍ସରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ତାଙ୍କା ଆର୍ଥୀକ ଅବସ୍ଥା ଖରାପ ଥିବାରୁ ସେ ନିଜ ପାଇଁ ରାଇଫଲ କିଣିପାରି ନ ଥିଲେ । ୟୁନିଭରସିଟିର ରାଇଫଲରେ ସେ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ । ଏହା ତାଙ୍କୁ ବିଶେଷ ସଫଳତା ପ୍ରଦାନ କରି ନ ଥିଲା । ସେ ମନେ ମନେ ସ୍ଥିର କରିଥିଲେ ସଫଳତା ପାଇଁ ମୋତେ ମୋ ଆର୍ଥୀକ ସ୍ଥିତି ସୁଧାରିବା ସହ ନିଜ ରାଇଫଲରେ ଅଭ୍ୟାସ କରିବାକୁ ପଡିବ । ପ୍ରାୟ ୧୫ ବର୍ଷ ପରେ ଭାରତୀ ଏବେ ଅଭ୍ୟାସ ଆରମ୍ଭ କରିଛନ୍ତି ।

ସେ ତାଙ୍କ ବ୍ଲଗରେ ଏହା ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ତାଙ୍କ ଶଟ ଦେଖି ପ୍ରଶିକ୍ଷକ ମଧ୍ୟ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ତୀରନ୍ଦାଜୀରେ ମଧ୍ୟ ଭଲ ପ୍ରଦର୍ଶନ କରୁଥିଲେ । ୨୦୨୧ରେ ଅଭନେତା ମନୀଷ ପାଲଙ୍କୁ ଏକ ସାକ୍ଷାତକାର ଅବସରରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏବେ ଆର୍ଥୀକ ସ୍ଥିତି ସୁଧୁରିଥିବାରୁ ମୁଁ ମୋ ସ୍ୱପ୍ନ ପୂରଣ କରିବା ପାଇଁ ଉଦ୍ୟମ କରିବି ବୋଲି ଏହି କମେଡିଆନ ଜଣଙ୍କ କହିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକମାନେ ତାଙ୍କର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.