Latest Odisha News

BREAKING NEWS

ପୁରୀ: ଟ୍ରେନ ଅତିକ୍ରମ ବେଳେ ରେଳ ଫାଟକ ଖୋଲାଥିବା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ପୁରୀ ଜିଲ୍ଲା ମାଟିଆପଡା ଛକ ନିକଟସ୍ଥ ଟ୍ରେନ ଅତିକ୍ରମ କରୁଥିବା ବେଳେ ଲେବଲ କ୍ରସିଂ ଫାଟକ ପଡିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଶନିବାର ଦିନ ସକାଳ ପ୍ରାୟ ୭ଟା ୨୫ମି. ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ ସେହି ବାଟ ଦେଇ ଅତିକ୍ରମ କରିଥିଲା ।

ତେବେ ଷ୍ଟେସନ ମାଷ୍ଟର ଗେଟ ବନ୍ଦ କରିବା ନେଇ ସଙ୍କେତ ଦେଇଥିଲେ ମଧ୍ୟ ଗେଟମ୍ୟାନ ଜଣଙ୍କ କର୍ତ୍ତବ୍ୟରେ ଅବହେଳା କରି ଗେଟ୍ ଟିକୁ ବନ୍ଦ କରିନଥିବା ଅଭିଯୋଗ ହୋଇଛି ।

ସେମାନେ ଦୁଇଟି ଲାଲ ପତାକା ଲଗାଇଥିଲେ ମଧ୍ୟ ଲେବଲ କ୍ରସିଂ ଫାଟକ ବନ୍ଦ କରାଯାଇନଥିଲା ।

ଏସମ୍ପର୍କରେ ଇଷ୍ଟକୋଷ୍ଟ ରେଳବାଇର ଲୋକସମ୍ପର୍କ ଅଧିକାରୀ ଜେପି ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଘଟଣାର ତଦନ୍ତ କରିବା ପାଇଁ ଜେନେରାଲ ମ୍ୟାନେଜର ବରିଷ୍ଠ ଅଧିକରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ତଦନ୍ତରେ ସୁରକ୍ଷା, ବିଦ୍ୟୁତ୍ ସଞ୍ଚାଳନ, ସିଗନାଲ ଓ ସାଧାରଣ ପରିଚାଳନା ପରିଚାଳନ ବିଭାଗ ପ୍ରମୁଖ ସାମିଲ ରହିବେ ।

ସେ ଆହୁରି ମଧ୍ୟ କହିଛନ୍ତି “ଆମେ ଆସନ୍ତା କାଲି ସୁଦ୍ଧା ପ୍ରାଥମିକ ତଦନ୍ତ ରିପୋର୍ଟ ପାଇବା ଲାଗି ଆଶାବ୍ୟକ୍ତ କରୁଛୁ” ।

Leave A Reply

Your email address will not be published.