ମୁମ୍ବାଇ: କଙ୍ଗନାଙ୍କୁ କରୋନା । ବି-ଟାଉନର ଚର୍ଚ୍ଚିତ, ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ବିବାଦରେ ରହୁଥିବା ବଲିଉଡ୍ ନାୟିକା କଙ୍ଗନା ରଣାୱତ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ କଙ୍ଗନା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।
View this post on Instagram
କଙ୍ଗନା ଲେଖିଛନ୍ତି, ମୁଁ ଏ ସପ୍ତାହରେ କ୍ଲାନ୍ତ ଅନୁଭବ କରୁଛି । ବିଗତ କିଛିଦିନ ହେଲା ଆଖି ଜ୍ୱଳନ ହେଉଛି । ହିମାଚଳ ପ୍ରଦେଶ ଯିବାପାଇଁ ଗତକାଲି ମୁଁ କରୋନା ପରୀକ୍ଷା କରାଇଥିଲି । ଆଜି କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି ।
ଭୂତାଣୁ ବିରୋଧରେ ସମସ୍ତେ ମିଳିତ ଭାବେ ଲଢ଼େଇ କଲେ ନିଶ୍ଚୟ ହରାଇ ପାରିବେ ବୋଲି ଲେଖିଛନ୍ତି କଙ୍ଗନା ରଣାୱତ । ସେ ଏବେ ଡାକ୍ତରଙ୍କ ପରାମର୍ଶ ନେଉଥିବା ଜଣାପଡ଼ିଛି ।
Comments are closed.