ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ପାୟଲ ଘୋଷ ଆରମ୍ଭ କରିଛନ୍ତି ନିଜ ରାଜନୈତିକ ଇନିଂସ୍ । ସେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଆର୍ପିଆଇ)ରେ ଯୋଗଦେଇଛନ୍ତି । ସେ ଦଳରେ ଯୋଗଦେବା କ୍ଷଣୀ ତାଙ୍କୁ ଆର୍ପିଆଇର ମହିଳା ୱିଙ୍ଗ ଉପସଭାପତି ଭାବେ ନିଯୁକ୍ତି କରାଯାଇଛି।
ଏହି ଅବସରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ କହିଛନ୍ତି କି ଅନୁରାଗ କଶ୍ୟପଙ୍କୁ ଯିଏ କରିଥିଲା ଘାଏଲ ଏହି ହେଉଛନ୍ତି ସେହି ପାୟଲ । ପାୟଲଙ୍କୁ ଦଳକୁ ସ୍ୱାଗତ କରି ରାମଦାସ କହିଛନ୍ତି, ପାୟଲ ଘୋଷ ଆମ ଦଳରେ ଯୋଗଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ତାଙ୍କୁ ଦଳକୁ ମୁଁ ସ୍ୱାଗତ ମଧ୍ୟ କରୁଛି।
କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ ପାୟଲ ଘୋଷଙ୍କୁ ଭେଟିଥିଲେ । ଏହି ସମୟରେ ସେ କହିଥିଲେ କି ତାଙ୍କ ଦଳ ନ୍ୟାୟର ଲଢେଇରେ ପାୟଲଙ୍କ ସହିତ ଅଛି । ଏନେଇ ବି କେନ୍ଦ୍ରମନ୍ତ୍ରୀ ଏକ ଟ୍ୱିଟ୍ କରିଥିଲେ । କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ ଏହି ପୋଷ୍ଟ ସହିତ ପାୟଲ ଘୋଷଙ୍କ ସହିତ ତାଙ୍କର ସାକ୍ଷାତ ବେଳର କିଛି ଫଟୋ ବି ପୋଷ୍ଟ କରିଥିଲେ ।
ସୂଚନା ଥାଉକି ଏହା ପୂର୍ବରୁ ପାୟଲ ଘୋଷ ଯେତେବେଳେ ଅନୁରାଗ କଶ୍ୟପଙ୍କ ବିରୋଧରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତସିଂ କୁଶୱାରୀଙ୍କୁ ଭେଟିବାକୁ ଯାଇଥିଲେ ସେତେବେଳେ ରାମଦାଶ ଅଠାୱାଲେ ବି ତାଙ୍କ ସହିତ ଯାଇଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ନ୍ୟାୟ ଦେବାକୁ ଭରଶା ଦେଇଥିଲେ ।