ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି ।
ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଗଜପତି, ରାୟଗଡା ଓ କୋରାପୁଟ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।
ଏହିସବୁ ଜିଲ୍ଲା ଗୁଡିକକୁ ବିଭାଗ ପକ୍ଷରୁ ଦିନ ଅପରାହ୍ନ ୬ ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି।