Latest Odisha News

ଦେଶରେ ଆଜି ସୁସ୍ଥ ହେଲେ ୨୯ହଜାର କରୋନା ଆକ୍ରାନ୍ତ, ୧୬ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ଖସୁଛି କରୋନା କାୟା । ଗତକାଲି ଅପେକ୍ଷା ଆଜି ସଂଖ୍ୟା ଆହୁରି କମିଛି । ଗତ ୨୪ଘଣ୍ଟାରେ ସାରା ଦେଶରେ ୮ଲକ୍ଷ ୯୬ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୬ହଜାର ୩୭୫ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୫୬ହଜାର ୮୪୫କୁ ବୃଦ୍ଧି ପାଇଛି ।

ଦିନେ ଦୁଇ ଦିନ ଭିତରେ ଦେଶରେ କରୋନା ସୁସ୍ଥ ସଂଖ୍ୟା କୋଟିଏ ଅତିକ୍ରମ କରିବ । ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୨୯ହଜାର ୯୧ ସଂକ୍ରମିତ । ଦେଶରେ ମୋଟ୍ ସୁସ୍ଥ ସଂଖ୍ୟା ୯୯ଲକ୍ଷ ୭୫ହଜାର ୯୫୮ରେ ପହଞ୍ଚିଛି । ସୁସ୍ଥହାର ରହିଛି ୯୬.୩୨% । ଏବେ ଦେଶରେ ୨ଲକ୍ଷ ୩୧ହଜାର ୩୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ଘଣ୍ଟାରେ ଦେଶରୁ ମହାମାରୀ ଆଉ ୨୦୧ ସଂକ୍ରମିତଙ୍କ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୯ହଜାର ୮୫୦କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% ।

Leave A Reply

Your email address will not be published.