Latest Odisha News

BREAKING NEWS

ଏନଡିଟିଭିରେ ନିବେଶ କରିବ ଅଦାନୀ ଗ୍ରୁପ

ନୂଆଦିଲ୍ଲୀ: ଏନଡିଟିଭିରେ ନିବେଶ କରିବା ପାଇଁ ଶିଳ୍ପପତି ଗୌତମ ଅଦାନୀ ଅଂଟା ଭିଡିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଏଏମଜି ମିଡିଆ ନେଟୱର୍କ ଲିଃ ପରୋକ୍ଷ ଭାବେ ପ୍ରଥମେ ୨୯.୧୮ ପ୍ରତିଶତ ଅଂଶଧନ କିଣିବ । ଏହା ସଫଳ ହେବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଏମଜି ମିଡିଆ ଓ ବିଶ୍ୱପ୍ରଧାନ କମର୍ସିଆଲ ଏନଡିଟିଭି ଗ୍ରୁପରେ ଥିବା ଏହାର ପ୍ରମୋଟର ଆରଆରପିଆର ହୋଲଡିଂସର ୨୬ ପ୍ରତିଶତ କିଣିବା ପାଇଁ ପ୍ରସ୍ତାବ ଦେଇଛି । ଅଂଶଧନ ପିଛା ୨୯୪ ଟଙ୍କା ସ୍ଥିର ହୋଇଛି । ଯଦି ଏଥିରେ ଅଦାନୀ ଗ୍ରୁପ ସଫଳ ହେବେ ତାହାହେଲେ ମୋଟ ଅଂଶଧନ ୫୫.୧୮କୁ ବୃଦ୍ଧି ପାଇବ । ଅନ୍ୟ ଅର୍ଥରେ ଅଦାନୀ ଗ୍ରୁପ ହାତରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଏନଡିଟିଭି ରହିବ ।

ବର୍ତମାନର ପ୍ରମୋଟର ପ୍ରଣବ ରାୟ ଓ ରାଧିକା ରାୟକୁ ଏଥିରୁ ବାହାରିବାକୁ ପଡିବ । ଏନଡିଟିଭି ଅଧିନରେ ୩ଟି ଚ୍ୟାନେଲ ରହିଛି । ସେଗୁଡିକ ହେଲା ଏନଡିଟିଭି ୨୪ଗୁଣନ୭ (ହିନ୍ଦୀ ଏବଂ ଇଂରାଜୀ), ଏନଡିଟିଭି ଇଣ୍ଡିଆ ଓ ଏନଡିଟିଭି ପ୍ରଫିଟ । ଏହି ସମ୍ପୂର୍ଣ୍ଣ ରଣନୀତିରେ ଯଦି ଅଦାନୀ ସଫଳ ହୁଏ ତାହାହେଲେ ଗଣମାଧ୍ୟମ ଶିଳ୍ପରେ ଏଏମଜି ମିଡିଆ ନେଟୱର୍କ ଲିଃର ସ୍ଥିତି ଆହୁରି ମଜଭୁତ ହେବ ।

Leave A Reply

Your email address will not be published.