Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁ ଦେଶର ରାଷ୍ଟ୍ରପତି କହିଲେ ଚିକେନ ପଞ୍ଝା ଖାଇ ଜୀବନ ବଂଚାଅ

କାହିରା: ମିଶରରେ ଏବେ ଆର୍ଥୀକ ମାନ୍ଦାବସ୍ଥା ଏତେ ମାତ୍ରାରେ ବୃଦ୍ଧି ପାଇଛି ସାଧାରଣ ଲୋକଙ୍କ କ୍ଷେତ୍ରରେ ଚଳିବା କଷ୍ଟକର ହୋଇ ପଡିଛି । ଏହି ଅବସ୍ଥାରେ ସେମାନେ ସରକାରଙ୍କଠାରୁ ସାହାଯ୍ୟ ଆଶା କରୁଥିବା ବେଳେ ସେଠାକାର ରାଷ୍ଟ୍ରପତି ଏ ଭଳି ପରାମର୍ଶ ଦେଇଛନ୍ତି ଯେ, ତାହା ଲୋକଙ୍କୁ ଅସନ୍ତୁଷ୍ଟ କରିଛି । ଅବଦୁଲ ଫତେହ ଅଲ ସିସି କହିଛନ୍ତି ତୁମେ ଚିକେନ କିମ୍ବା ଏହାର ଲେଗ ପିସ କଥା ଚିନ୍ତା ନ କରି ପଞ୍ଝା ଖାଇଲେ ଭଲ । ଏଥିରେ ପ୍ରୋଟିନ ଭରପୂର ରହିଛି । ବର୍ତମାନ ସେଠାରେ ଚିକେନ ମୂଲ୍ୟ କିଗ୍ରା ପ୍ରତି ୪୫୦ ଟଙ୍କା ରହିଛି । ସେହିପରି ଗୋଟିଏ ଅଣ୍ଡାର ମୂଲ୍ୟ ୧୩ ଟଙ୍କା ହୋଇଛି ।

ଆର୍ଥୀକ ମାନ୍ଦାବାସ୍ଥା ନେଇ ଅବଦୁଲ ଫତେହ ୨୦୧୧ ମିଶର ବିଦ୍ରୋହ ଓ ଜନସଂଖ୍ୟା ବୃଦ୍ଧିକୁ ଦାୟୀ କରିଛନ୍ତି । ଏହା ବ୍ୟତୀତ ରୁଷ-ୟୁକ୍ରେନ ଯୁଦ୍ଧ ମିଶରକୁ ବିଶେଷ ଭାବେ ଅସୁବିଧାରେ ପକାଇଛି । ଏହି ଦୁଇ ଦେଶରୁ ପ୍ରଚୁର ମାତ୍ରାରେ ଗହମ ଏଠାକୁ ଆମଦାନୀ ହେଉଥିଲା । ଏବେ ଅନ୍ୟ ଦେଶରୁ ଆମଦାନୀ କଲେ ଏହାର ମୂଲ୍ୟ ବୃଦ୍ଧି ପାଉଛି । ଯାହାକି ସାଧାରଣ ଜନତାଙ୍କୁ ହଇରାଣରେ ପକାଉଛି ।

Leave A Reply

Your email address will not be published.