Latest Odisha News

BREAKING NEWS

ଫିଲ୍ମ ଆଦିପୁରୁଷ, ବନ୍ଧୁତାରେ ତିକ୍ତତା ନା ରାବଣ ଚରିତ୍ରକୁ ନାପସନ୍ଦ ?

ମୁମ୍ବାଇ: ଚଳିତବର୍ଷ ଏକମାତ୍ର ଫିଲ୍ମ ତାନାଜୀ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ବନ୍ଧୁ ତଥା ନିର୍ଦ୍ଦେଶ ଓମ୍ ରାଉତଙ୍କ ଫିଲ୍ମରେ ତାନାଜୀ ଭାବେ ନଜର ଆସିଥିଲେ ଅଜୟ ଦେବଗନ୍ । ହେଲେ ଓମ୍‌ଙ୍କ ନିର୍ଦ୍ଦେଶନାରେ ଦ୍ୱିତୀୟ ଫିଲ୍ମ ଆଦିପୁରୁଷରେ ଅଭିନୟ ପାଇଁ କିନ୍ତୁ ଅଜୟ ମନା କରିଥିଲେ । ତେବେ ଏହା ପଛରେ ତିକ୍ତତା ସାଜିଥିଲା କାରଣ ନା ଫିଲ୍ମରେ ଥିବା ଚରିତ୍ରକୁ ନାପସନ୍ଦ କରିଥିଲେ ଅଜୟ ?

ରାମାୟଣ ଉପରେ ଆଧାରିତ ଫିଲ୍ମ ଆଦିପୁରୁଷରେ ଭଗବାନ ରାମଙ୍କ ଚରିତ୍ର କରିବାକୁ ଚାହିଁଥିଲେ ଅଜୟ ଦେବଗନ । ହେଲେ ଅଜୟଙ୍କ ବଦଳରେ ପ୍ରଭାସ୍‌ଙ୍କୁ ଲିଡ୍ ରୋଲ୍ ଅଫର କରିଥିଲେ ନିର୍ଦ୍ଦେଶକ ଓମ୍ ରାଉତ । ପରେ ଅଜୟଙ୍କୁ ସେ ରାବଣ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ଅଜୟ ବେଶ ନମ୍ରତାର ସହ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ଏହି ଘଟଣା ପଛରେ ତିକ୍ତତା ନୁହେଁ ବରଂ ବଡ ପରଦାରେ ନେଗେଟିଭ ଚରିତ୍ରରେ ଅଭିନୟ ନକରିବାକୁ ଅଜୟ ନିଷ୍ପତ୍ତି କାରଣ ସାଜିଥିଲା । ପରେ ରାବଣ ଚରିତ୍ରକୁ ଖୁସୀଖୁସୀ ଗ୍ରହଣ କରିଥିଲେ ସୈଫ ଅଲ୍ଲି ଖାନ୍ । ପୂର୍ବରୁ ଫିଲ୍ମ ତାନାଜୀରେ ବି ସୈଫ୍ ନେଗେଟିଭ ରୋଲ୍‌ରେ ନଜର ଆସିଥିଲେ ।

ଫିଲ୍ମ ଆଦିପୁରୁଷରେ ଅଜୟ ରାବଣ ବଦଳରେ ଭଗବାନ ରାମଙ୍କ କିର୍ଦାର କରିବାକୁ ଚାହିଁଥିଲେ । ତେବେ ଅଜୟଙ୍କ ପୂର୍ବରୁ ରାମ କିର୍ଦାର ପାଇଁ ଓମ୍ ପ୍ରଭାସଙ୍କୁ ଜବାବ ଦେଇସାରିଥିଲେ । ମିଳିଥିବା ଖବର ଅନୁଯାୟୀ ୨୦୦୭ରେ ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀ ନିଜ ରାମାୟଣ ପ୍ରୋଜେକ୍ଟ ପାଇଁ ଅଜୟଙ୍କୁ ପ୍ରଭୁ ରାମଙ୍କ କିର୍ଦାର ଅଫର୍ କରିଥିଲେ । ହେଲେ ପ୍ରୋଜେକ୍ଟଟି ବନ୍ଦ ହେବା ପରଠୁ ବୋଧ ହୁଏ ଅଜୟ ଭଗବାନ ରାମଙ୍କ କିର୍ଦାର ପାଇଁ ଚାହିଁ ବସିଛନ୍ତି ।

Leave A Reply

Your email address will not be published.