Latest Odisha News

BREAKING NEWS

ପ୍ରଭୁ ହନୁମାନଙ୍କ ପାଇଁ ସିଟ୍ ରିଜର୍ଭ କରି ଟ୍ରୋଲ ହେଲେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତା

ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷ। ବଡ଼ ପରଦାରେ ଶ୍ରୀରାମ ଭୂମିକାରେ ଆସିଛନ୍ତି ପ୍ରଭାସ। ସୀତା ଭୂମିକାରେ ନଜର ଆସିଛନ୍ତି କ୍ରୀତି ସାନନ୍। ସେହିପରି ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନ୍‌ ନଜର ଆସିଛନ୍ତି । 2ଡି ଏବଂ 3ଡିରେ ସିଲଭର ସ୍କ୍ରିନରେ ରିଲିଜ ହୋଇଛି ଏହି ଫିଲ୍ମ। ପ୍ରଥମ ଦିନରେ ପ୍ରଥମ ଶୋ ଦେଖିବାକୁ ହଲରେ ପ୍ରବଳ ଭିଡ ଜମିଛି। ଏହି ଫିଲ୍ମ ବିଶ୍ୱର ୧୦ ହଜାର ସ୍କ୍ରିନରେ ରିଲିଜ ହୋଇଛି। ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ଲୋକେ ଟ୍ରୋଲ କରୁଛନ୍ତି।

ଆଦିପୁରୁଷର ପ୍ରତ୍ୟେକ ଶୋ’ରେ ସମସ୍ତ ଥିଏଟରରେ ପ୍ରଭୁ ହନୁମାନଙ୍କ ପାଇଁ ସିଟ୍ ସଂରକ୍ଷିତ ରଖିବାର ଖବର ଆପଣ ନିଶ୍ଚୟ ଶୁଣିଥିବେ। ଏହା କିନ୍ତୁ ସତ। ବର୍ତ୍ତମାନେ ଏହି ସିଟ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସିଟ୍ ଉପରେ ଏକ ଫୁଲମାଳ ଲଗାଯିବା ସହ ବସିବା ସ୍ଥାନରେ କିଛି ଫୁଲ ମଧ୍ୟ ରଖାଯାଇଛି। ଯାହାକୁ ନେଇ ଲୋକେ ବେଶ ଟ୍ରୋଲ କରିଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ଯେ, ‘ଆମ ଧର୍ମକୁ ପରିହାସ କରାଯାଉଛି। ଚଳଚ୍ଚିତ୍ରରେ ପ୍ରଭୁ ହନୁମାନଙ୍କ ପାଇଁ ସିଟ୍ ରଖିବା ହିନ୍ଦୁଙ୍କ ଭାବନା ସହିତ ଖେଳା ଯାଉଛି। ଶ୍ରୀ ହନୁମାନଙ୍କ ପାଖରେ ଏହି କାମ ବାକି ଥିଲା ସେ ବର୍ତ୍ତମାନ ଫିଲ୍ମ ଦେଖିବାକୁ ଆସିବେ।’ ଅନ୍ୟ ଜଣେ ଲେଖିଛନ୍ତି, ‘ପ୍ରଭୁ ହନୁମାନ କାହିଁକି ଏହି ନକଲି ଶୋ ଦେଖିବାକୁ ଆସିବେ।’ ଏହିପରି ବିଭିନ୍ନ କଥା ସୋସିଆଲ ମିଡିଆରେ ଆଲୋଚନା ହେଉଛି।

ଆଜି ଶୋ ର ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ଏହି ଚଳଚ୍ଚିତ୍ର ରିଲିଜ୍ ହୋଇଛି। ରିଲିଜ୍ ପୂର୍ବରୁ ରେକର୍ଡ ପରେ ରେକର୍ଡ କରି ଚାଲିଛି ଫିଲ୍ମ ଆଦିପୁରୁଷ। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହିତ ଦେଖିବାକୁ ମିଳିଛି। ଭାରତରେ ୭ ହଜାର ସ୍କ୍ରିନରେ ରିଲିଜ ହେବା ସହ ବିଦେଶରେ ୩ ହଜାର ସ୍କ୍ରିନରେ ଏହି ଫିଲ୍ମଟି ରିଲିଜ ହୋଇଛି। ଦକ୍ଷିଣ ଭାରତର ସମସ୍ତ ଥିଏଟରକୁ ମନ୍ଦିର ପରି ସଜାଯାଇଥିବା ନଜର ଆସିଛି। ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟିଫ୍ଲେକ୍ସ ଓ ଅଢେଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି। ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର, ତେଲେଙ୍ଗାନା ଏବଂ ଦକ୍ଷିଣ ଭାରତର ବିଭିନ୍ନ ହଲରେ ହାଉସ୍ଫୁଲ ଶୋ’ ଚାଲିଛି।

Leave A Reply

Your email address will not be published.