Latest Odisha News

BREAKING NEWS

‘ଆଦିପୁରୁଷ’ ଫିଲ୍ମରେ ରାବଣକୁ ନେଇ ବିବାଦ, ସୋସିଆଲ ମିଡିଆରେ ବଢ଼ୁଛି ବିରୋଧ

ନୂଆଦିଲ୍ଲୀ : ‘ଆଦିପୁରୁଷ’ ଫିଲ୍ମ ର ବହୁ ପ୍ରତିକ୍ଷୀତ ଟିଜର ରିଲିଜ୍ ହୋଇଛି  । ‘ଆଦିପୁରୁଷ’ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଟିଜର ଆସିବା ପରେ ନିରାଶାରେ ପରିଣତ ହୋଇଛି  । ପୂର୍ବରୁ ‘ଆଦିପୁରୁଷ’ ଫିଲ୍ମ କୁ ନେଇ ପ୍ରଶଂସକଙ୍କ ମନରେ ବେଶ୍ କ୍ରେଜ୍ ଦେଖା ଦେଇଥିଲା  । କିନ୍ତୁ ଟ୍ରିଜର ପରେ ସୋସିଆଲ୍ ମିଡିଆରେ ଲୋକେ ‘ଆଦିପୁରୁଷ’ ଫିଲ୍ମକୁ ବୟକଟ୍ ଟ୍ରେଣ୍ଡକୁ ଆପଣାଇଛନ୍ତି ।

ଅକ୍ଟୋବର ୨ ତାରିଖରେ ଅଯୋଧ୍ୟାର ସରାୟୁ ଘାଟରେ ଆଦିପୁରୁଷ ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା। ଆାଦିପୁରୁଷ ଫିଲ୍ମର ଟିଜର୍ ରିଲିଜ୍ ମାତ୍ରେ ସୈଫ ଅଲ୍ଲୀ ଖାନଙ୍କ ରାବଣ ରୂପକୁ ଏବଂ ତାଙ୍କ ରାବଣ ରୂପୀ ପୁଷ୍ପକ ବିମାନକୁ ଲୋକେ ପରିହାସ କରିଛନ୍ତି । ଅନେକ ଲୋକ ମଧ୍ୟ ଏହି ଫିଲ୍ମ ହଲିଉଡରୁ କପି ହୋଇଥିବା ନେଇ ଦାବି କରୁଛନ୍ତି ।

ନିର୍ଦ୍ଦେଶକ ଓମ୍ ରାଉତଙ୍କ ଆଦିପୁରୁଷ ଫିଲ୍ମ ହେଉଛି ୨୦୨୨ର ବଡ଼ ଚଳଚ୍ଚିତ୍ର। ନିର୍ଦ୍ଦେଶକ ଓମ୍ ରାଉତ ଏହି ଫିଲ୍ମ ମାଧ୍ୟମରେ ରୂପେଲି ପରଦାରେ ରାମାୟଣର କାହାଣୀ ଦେଖାଇବାକୁ ଚାହୁଁଥିଲେ । କିନ୍ତୁ ‘ଆଦିପୁରୁଷ’ ଫିଲ୍ମର ଟିଜରକୁ ନେଇ ଲୋକଙ୍କ ବିରୋଧ ଫିଲ୍ମର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି ।

‘ଆଦିପୁରୁଷ’ର ଟିଜର ଦର୍ଶକଙ୍କୁ ପସନ୍ଦ ଆସିନି । ରାବଣ ଏବଂ ହନୁମାନଙ୍କ ଲୁକ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଫିଲ୍ମର ଭିଏଫକ୍ସ ଅତ୍ୟନ୍ତ ନୈରାଶ୍ୟଜନକ କୁହାଯାଉଥିବା ବେଳେ ଏନେଇ ଅଜୟ ଦେବଗନଙ୍କ କମ୍ପାନୀକୁ ସମାଲୋଚନା କରାଯାଉଛି । ତେବେ ଅଜୟଙ୍କ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆଦିପୁରୁଷର ସିଜି କିମ୍ବା ସ୍ପେଶାଲ ଇଫେକ୍ଟସ ଉପରେ କାମ କରାଯାଇ ନାହିଁ । ଏଥିନେଇ କମ୍ପାନୀ ପକ୍ଷରୁ ଅଫିସିଆଲ ନୋଟ୍ ମଧ୍ୟ ଜାରି କରାଯାଇଛି ।

ଓମ ରାଉତଙ୍କ ଏହି ଫିଲ୍ମ କୌଣସି ଦୃଷ୍ଟିକୋଣରୁ ପ୍ରଶଂସକଙ୍କୁ ପସନ୍ଦ ଆସିନି । ବିଶେଷ କରି ରାବଣଙ୍କ ଭୂମିକା କରୁଥିବା ସୈଫ ଅଲ୍ଲୀଙ୍କ ଲୁକ କାହାକୁ ପସନ୍ଦ ଆସିନାହିଁ । ସେ ଜଣେ ମୁସଲମାନ ଶାସକ ପରି ଦେଖା ଯାଉଛନ୍ତି ବୋଲି ପ୍ରଶଂସକମାନେ କହିଛନ୍ତି । ତେବେ ଏହି ପୌରାଣିକ ଗାଥା ଆସନ୍ତା ବର୍ଷ ୧୨ ଜାନୁୟାରୀରେ ରିଲିଜ୍ ହେବାକୁ ଯାଉଛି ।

Leave A Reply

Your email address will not be published.