Latest Odisha News

ପଠାନ ପରେ ଶାହାରୁଖ-ସଲମାନଙ୍କୁ ନେଇ ଆକ୍ସନ ଫିଲ୍ମ କରିବେ ୟଶରାଜ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମର ସଫଳତା ପରେ ୟଶରାଜ ଫିଲ୍ମସ ଏବେ ଟାଇଗର ୩ର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପଠାନ ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ହୋଇସାରିଛି । ୟଶରାଜ ଫିଲ୍ମସର ସ୍ପାଏ ୟୁନିଭର୍ସରେ ଟାଇଗର ଓ ୱାର ପରେ ଏବେ ପଠାନ ସାମିଲ ହୋଇଛି । ୟଶରାଜ ଫିଲ୍ମସର ମୂଖ୍ୟ ଆଦିତ୍ୟ ଚୋପ୍ରା ଏବେ ଶାହାରୁଖ ଓ ସଲମାନଙ୍କୁ ନେଇ ନୂତନ ଫିଲ୍ମର ପ୍ଲାନିଂ କରୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଆକ୍ସନ ଓ ରୋମାଂଚରେ ଭରପୂର ହେବ । ଫିଙ୍କଭିଲ୍ଲା ରିପୋର୍ଟ ଅନୁସାରେ ପଠାନ ବନାମ ଟାଇଗର ଫିଲ୍ମର ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି ।

କରନ ଅର୍ଜୁନ ପରେ ଏହି ଦୁଇ ହୀରୋ ସମ୍ପୂର୍ଣ୍ଣ ଫିଲ୍ମରେ ଏକତ୍ର କାମ କରିବେ । ପଠାନରେ ସଲମାନଙ୍କ କାମିଓ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଆଦିତ୍ୟ ତାଙ୍କର ସ୍ପାଏ ଫିଲ୍ମର ନାୟକଙ୍କୁ ପରସ୍ପର ସହ ଯୋଡିବା ଆରମ୍ଭ କରିଛନ୍ତି । ପଠାନ ଫିଲ୍ମର ସଫଳତା ଆଦିତ୍ୟଙ୍କୁ ବେଶ ଉତ୍ସାହିତ କରିଛି ।

Leave A Reply

Your email address will not be published.