Latest Odisha News

ରଣଜୀ ଟ୍ରଫି: ପ୍ରଥମ ଇନିଂସରେ ଓଡିଶା ଅଗ୍ରଣୀ

ଭୁବନେଶ୍ୱର: ଅହମ୍ମଦାବାଦରେ ଖେଳାଯାଉଥିବା ରଣଜୀ ଟ୍ରଫି କ୍ରିକେଟରେ ଗୋଆ ବିପକ୍ଷରେ ଓଡିଶା ୮ ରନରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଗୋଆ ୧୮୧ ରନ କରି ଅଲଆଉଟ ହୋି ଯାଇଥିଲା । ଜବାବରେ ରାଜେଶ ଧୂପରଙ୍କ ଆକର୍ଷଣୀୟ ଅପରାଜିତ ୭୧ ରନ ସହାୟତାରେ ଓଡିଶା ୧୮୯ ରନ କରିବାକୁ ସକ୍ଷମ ହୋଇଥିଲା ।

ଓଡିଶା ୫ ୱିକେଟ ବିନିମୟରେ ୫୪ ରନ କରି ଅସୁବିଧାରେ ପଡିଥିବା ବେଳେ ରାଜେଶ ଇନିଂସ ସମ୍ଭାଳିଥିଲେ । ଷଷ୍ଠ ୱିକେଟରେ ରାଉତଙ୍କ ସହ ସେ ୪୭ ଓ ୮ମ ୱିକେଟରେ ବସନ୍ତଙ୍କ ସହ ୪୦ ରନ ଯୋଗ କରିଥିଲେ । ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଗୋଆ ୨ ୱିକେଟ ବିନିମୟରେ ୮୭ ରନ ସଂଗ୍ରହ କରିନେଇଛି । ବସନ୍ତ ମହାନ୍ତି ଓ ଅଭିଷେକ ରାଉତ ଏହି ୨ଟି ୱିକେଟ ଅକ୍ତିଆର କରିଛନ୍ତି ।

Comments are closed, but trackbacks and pingbacks are open.