Latest Odisha News

BREAKING NEWS

ସର୍ବଭାରତୀୟ ପୋଷ୍ଟାଲ ଆଥଲେଟିକ୍ସ: ଓଡିଶାକୁ ୭ ପଦକ

ଭୁବନେଶ୍ୱର: କେରଳର ଥିରୁୱନ୍ତପୁରମରେ ଅନୁଷ୍ଠିତ ୩୫ତମ ସର୍ବ ଭାରତୀୟ ପୋଷ୍ଟାଲ ଆଥଲେଟିକ ମିଟ ଓ ସାଇକ୍ଲି ଟୁର୍ଣ୍ଣାମେଂଟରେ ଓଡିଶା ପ୍ରତିଯୋଗୀମାନେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ଓଡିଶା ପୋଷ୍ଟାଲ ଟିମ ଗୋଟିଏ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ହାସଲ କରିଛି । ମହିଳା ଲଙ୍ଗଜମ୍ପରେ ରେଣୁବାଳା ମହନ୍ତ ୪.୯୬ ମିଟର ଜମ୍ପ କରି ସ୍ୱର୍ଣ୍ଣ ଓ ୧୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ । ୪ ଗୁଣନ ୧୦୦ ମିଟର ରିଲେରେ ରେଣୁବାଳା, ରୂପଶ୍ରୀ ପୋଠାଲ, ତୁଳସୀ ବେହେରା ଓ ପ୍ରିୟଙ୍କା ମିଶ୍ର ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

୧୧୦ ମିଟର ହର୍ଡଲ୍ସରେ ଧର୍ମଧର ମହନ୍ତ ବ୍ରୋଞ୍ଜ, ୨୦ କିମି ୱାକିଂରେ ଦିଲୀପ ରାଉତ ବ୍ରୋଞ୍ଜ, ୪୦୦ମିଟର ହର୍ଡଲ୍ସରେ ଗୋପୀନାଥ ମହାନ୍ତି ରୌପ୍ୟ ଓ ହାମର ଥ୍ରୋରେ ମଳୟ ରଞ୍ଜନ ପତି ରୌପ୍ୟ ପଦକ ଜିତିଛନ୍ତି । ୩ ଦିନ ଧରି ଚାଲିଥିବା ଏହି ଚାମ୍ପିୟନଶିପ ଗୁରୁବାର ଉଦଯାପିତ ହୋଇଥିଲା ।

Leave A Reply

Your email address will not be published.