Latest Odisha News

ସତରେ କଣ ଗାନ୍ଧାରୀଙ୍କ ଅଭିଶାପ ଯୋଗୁ ଅଶାନ୍ତ ରହୁଛି ଆଫଗାନିସ୍ତାନ !

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଏବେ ତାଲିବାନ ଶାସନ । ଦେଶ ଅଶାନ୍ତ । ତେବେ ଏହି ଅଶାନ୍ତ ପଛରେ କଣ ରହିଛି ଗାନ୍ଧାରୀଙ୍କ ଅଭିଶାପ । ଯୁକ୍ତିସଂଗତ ନ ହେଲେ ମଧ୍ୟ ପୌରାଣିକ ଗାଥା ଅନୁସାରେ ଏହା ସତ୍ୟ ହେଉଛି । ମହାଭାରତ ସହିତ ଆଫଗାନିସ୍ତାନର ବହୁତ ପୁରୁଣା ସମ୍ପର୍କ ରହିଛି । ଏହିଠାରୁ ହିଁ ସୂତ୍ରପାତ ହୋଇଥିଲା ମହାଭାରତ ଯୁଦ୍ଧର ଷଡଯନ୍ତ୍ର.. । ମୁସଲିମ ବହୁଳ ଏହି ସ୍ଥାନ ଦିନେ ହିନ୍ଦୁ ସଂସ୍କୃତି ଏବଂ ରୀତି ଯୋଗୁ ପରିଚିତ ଥିଲେ । ଆସନ୍ତୁ ଜାଣିବା ଏହା ସମ୍ପର୍କରେ..

କାନ୍ଧାର ନାମ ପୂର୍ବରୁ ଗାନ୍ଧାର ଥିଲା: ମହାଭାରତ ଅନୁସାରେ ଏବେକାର କାନ୍ଧାର ସେ ସମୟରେ ଗାନ୍ଧାର ଥିଲା । ୫୫୦୦ ବର୍ଷ ତଳେ ସୁବଳ ଗାନ୍ଧାରରେ ରାଜୁତି କରୁଥିଲେ । ତାଙ୍କ ଝିଅ ଗାନ୍ଧାରୀ ହସ୍ତିନାପୁରର ରାଜକୁମାର ଧୃତରାଷ୍ଟ୍ରଙ୍କୁ ବିବାହ କରିଥିଲେ । ଗାନ୍ଧାରୀଙ୍କ ଭାଇଙ୍କ ନାମ ହେଲା ଶକୁନି । ପିତାଙ୍କ ମୃତ୍ୟୁ ପରେ ଶକୁନି ରାଜ୍ୟ ଭାର ସମ୍ଭାଳିଥିଲେ । ପିତାମହ ଭୀଷ୍ମଙ୍କ ଯୋଗୁ ସୁବଳଙ୍କ ପୁରା ପରିବାର ନଷ୍ଟ ହୋଇଗଲା । ଏହାର ପ୍ରତିଶୋଧ ପାଇଁ ଶକୁନି ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଯୁଦ୍ଧ ଲଗାଇଥିଲେ । ୧୦୦ ପୁତ୍ରଙ୍କୁ ହରାଇବା ପରେ ଗାନ୍ଧାରୀ କ୍ରୋଧରେ ଅଭିଶାପ ଦେଇଥିଲେ, ଏହି ମାଟିରେ କେବେ ହେଲେ ଶାନ୍ତି ବିରାଜମାନ ହେବ ନାହିଁ । ଏବେ ତାଲିବାନ ଶାସନ ପରେ ପୁନର୍ବାର ଏହି ଚର୍ଚ୍ଚା ଜୋର ଧରିଛି । ୧୧ଶ ଶତାବ୍ଦୀ ପରେ ମହମୁଦ ଗଜନୀ ଏହାର ନାମ କାନ୍ଧାରକୁ ବଦଳାଇ ଦେଇଥିଲେ । ଏବେ ଏହା ଏକ ସହର ଭାବେ ପରିଚିତ ହେଉଛି ।କୌରବଙ୍କ ବଂଶଧର ରହୁଛନ୍ତି: ପାଣ୍ଡବଙ୍କଠାରୁ ହାରିବା ପରେ କୌରବମାନଙ୍କ ବଳକା ବଂଶଧରମାନେ ଏଠାରେ ବାସ କରିଥିଲେ । ଅନ୍ୟମାନେ ଏବେକାର ଇରାକ ଏବଂ ୟୁଏଇକୁ ପଳାଇ ଯାଇଥିଲେ ।ଗାନ୍ଧାର ଏବଂ ଶିବଙ୍କ ସମ୍ପର୍କ: ଋଗବେଦ ଅନୁସାରେ ଗାନ୍ଧାର ଶବ୍ଦର ଅର୍ଥ ହେଲା ସୁଗନ୍ଧିତ ଭୂମି । ସୂଚନାଯୋଗ୍ୟ, ଏହିଠାରେ ହିଁ କରାଯାଏ କେସର ଚାଷ । ଶିବଙ୍କ ଏହା ପ୍ରିୟ ସ୍ଥାନ ହୋଇଥିବାରୁ ତାଙ୍କର ଏକ ନାମ ଗାନ୍ଧାର ରହିଛି ।

Leave A Reply

Your email address will not be published.