Latest Odisha News

BREAKING NEWS

ଦିଦିଙ୍କୁ ଝଟକା, ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସକୁ ଆଜି ଶକ୍ତ ଧକ୍କା ଲାଗିଛି । ନିର୍ବାଚନ ପରବର୍ତୀ ହିଂସାକାଣ୍ଡର ତଦନ୍ତ ସିବିଆଇକୁ ଦେବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଏସଆଇଟି ଗଠନ କରିବା ସହ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋଲକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିଦଲଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ପୂର୍ବରୁ ନିର୍ବାଚନ ପରେ ହୋଇଥିବା ହିଂସା ନେଇ ବିଜେପି ଆରମ୍ଭରୁ ଟିଏମସିକୁ ଦାୟୀ କରି ଆସିଛି । ଅନ୍ୟ ଦଳକୁ ଭୋଟ ଦେବା ନେଇ ଟିଏମସି କର୍ମୀମାନେ ଏ ଭଳି କାଣ୍ଡ ଘଟାଇଛନ୍ତି । ହତ୍ୟା ଏବଂ ଦୁଷ୍ମର୍ମ ଭଳି ଘଟଣାକୁ ଆଦୌ ଅଣଦେଖା କରିହେବ ନାହିଁ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.