ଗୋପାଳପୁର:ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ । ସମସ୍ତ ପ୍ରସ୍ତୁତି ସରିଛି । ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା । ଇଣ୍ଡିଆ :ାନ ଏୟାର ଚଳାଇବ ୯ ସିଟ ବିଶିଷ୍ଟ ବିମାନ । ଗତକାଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଓ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ରଙ୍ଗେଇଲୁଣ୍ଡା ବମାନ ଘାଟିର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିମାନ ଘାଟି ଟର୍ମିନାଲକାମ, ରନେ: ର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏ ନେଇ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରବାଦ ପୁୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ଅବସରରେ ରଙ୍ଗେଇ ଲୁଣ୍ଡା ବିମାନଘାଟିରୁ ଉଡିବ ବିମାନ । ଏଥିପାଇଁ ବିମାନଘାଟିର ସ୍ଥିତି ସମୀକ୍ଷା କରିବା ପରେ ଶ୍ରୀମତୀ ପାଢୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ ସାମିଲ କରାଯାଇଛି । ଏଠାରୁ ପ୍ରଥମ ପର୍ଯ୍ୟାୟରେ ଏଠାରୁ ବିମାନ ଚଳାଚଳ ଅ।।ରମ୍ଭ କରାଯିବ । ଆଗାମୀ ଦିନରେ ବିମାନ ଘାଟିର ସଂପ୍ରସାରଣ ସାଙ୍ଗକୁ ଫେଜ-୨ ଓ ଫେଜ-୩ ପର୍ଯ୍ୟାୟରେ ବିମାନ ଚଳାଚଳକୁ ଅଧିକ ଗୁରୁତ: ଦିଆଯିବ । ତେବେ ବିମାନଘାଟିର ସୁରକ୍ଷା ଦିଗରେ ଅଧିକ ଗୁରୁତ୍: ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
୫ ତାରିଖରୁ ବିମାନ ଚଳାଚଳ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ତେବେ ନିୟମିତ ଭାବେ କେବେଠାରୁ ବିମାନ ଉଡିବ ସେ ନେଇ ନିଷ୍ପତ୍ତି ନିଆଯାଇ ନାହିଁ । ଏ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବ ବୋଲି ସଚିବ କହିଥିଲେ । ଏବେ ଏଠାରୁ ୯ ସିଟ ବିଶିଷ୍ଟ ବିମାନ ଉଡାଣ ତୁରନ୍ତ ଆରମ୍ଭ ହେବ ବୋଲି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ କହିଛନ୍ତି ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.