ଦୁନିଆ ଦିନେ ନା ଦିନେ ଶେଷ ହେବ । ଏହା ପରେ ଜୀବନର ସତା ଲୋପ ପାଇଯିବ । ମନୁଷ୍ୟ ଏବଂ ଅନ୍ୟ ପ୍ରାଣୀ ଲୋପ ପାଇଯିବେ । ଏହା ପରେ ଯଦି ପୂନର୍ବାର ଜୀବନ ପ୍ରକ୍ରିୟା ଆରମ୍ଭ ହେବ ତାହାହେଲେ ଅକ୍ଟୋପସର ରାଜୁତି ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଅକ୍ସଫୋର୍ଡ ୟୁନିଭର୍ସଟିର ଜୀବବିଜ୍ଞାନୀ ଟିମ କଲସନ ଏହି ଆକଳନ ଭିତିକ ଗବେଷଣା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏବେ ପୃଥିବୀ ଧ୍ୱଂସ ହୋଇ ନାହିଁ କିମ୍ବା ମନୁଷ୍ୟ ଲୋପ ପାଇ ନାହାନ୍ତି ।
ଅକ୍ଟୋପସ କାହିଁକି: ବର୍ତମାନ ସମୂଦ୍ର ଜୀବନରେ ଅକ୍ଟୋପସକୁ ସବୁଠାରୁ ବୁଦ୍ଧିମାନ ଜଳଚର ବୋଲିଂ କୁହାଯାଇଥାଏ । ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ମନୁଷ୍ୟ ଯଦି ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ ତେବେ ଏହି ଆଠ ଗୋଡ ଥିବା ପ୍ରାଣୀ ରାଜୁତି କରିବ । ସେମାନେ ପାଣି ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର କଲୋନୀ ପ୍ରସ୍ତୁତ କରିବେ । ଏପରିକି ଆବଶ୍ୟକ ପଡିଲେ ସେମାନେ ନିଜସ୍ୱ ଶୈଳୀରେ ସ୍ୱତନ୍ତ୍ର ଧରଣର ଉପକରଣର ବ୍ୟବହାର କରିବେ । ଯେପରି ମନୁଷ୍ୟ ପୂର୍ବରୁ ଡାଇନୋସର ଶକ୍ତିଶାଳୀ ଥିଲା ସେଭଳି ଅକ୍ଟୋପସ କ୍ଷମତା କେନ୍ଦ୍ର ସାଜିବେ । ସେମାନେ ପରବର୍ତୀ ସଭ୍ୟତା ନିର୍ମାଣ କରିବେ ବୋଲି ମଧ୍ୟ ଆକଳନ କରାଯାଇଛି । ଅକ୍ଟୋପସ ଜଟିଳ ସମସ୍ୟାରେ ନିଜକୁ ପରିବର୍ତନ କରିପାରିଥାଏ । ଆବଶ୍ୟକ ପଡିଲେ ପରିସ୍ଥିତି ଅନୁସାରେ ଛଦ୍ମ ରୂପ ମଧ୍ୟ ସାଜିପାରେ । ତାଙ୍କୁ ଯଦି ଉପଯୁକ୍ତ ପରିବେଶ ମଳିବ ତେବେ ସେମାନଙ୍କ ବୁଦ୍ଧି ଆହୁରି ବିକଶିତ ହେବ ।
ମନୁଷ୍ୟ ଲୋପ ପାଇବା ଏକପ୍ରକାର ନିଶ୍ଚିତ: ବୈଜ୍ଞାନିକମାନେ କହିଛନ୍ତି ଦିନେ ଏପରି ସମୟ ଉପନୀତ ହେବ ଯେ, ପୃଥିବୀ ପୃଷ୍ଠରେ ମନୁଷ୍ୟ ବଂଚି ରହିବା କଷ୍ଟକର ହୋଇ ପଡିବ । ଜଳବାୟୁ ପରିବର୍ତନ ଓ ଯୁଦ୍ଧ ଏହାର ମୂଖ୍ୟ କାରଣ ସାଜିବ । ମଣିଷ ପରି ଅନ୍ୟ ପ୍ରାଇମେଟ ଜୀବ ଏ ଭଳି ପରିସ୍ଥିତିରେ ନିଜକୁ ବଂଚାଇ ରଖିପାରିବେ ନାହିଁ । ଅକ୍ଟୋପସ ଭୂପୃଷ୍ଠରେ ମଧ୍ୟ ବଂଚି ରହିବା ଦକ୍ଷତା ରଖିଛି । ପାଣି ବାହାରେ ୩୦ ମିିନଟରୁ ଅଧିକ ସମୟ ଏହା ବଂଚି ପାରିବ । ଯଦି ମଣିଷ ସମୂଦ୍ର ମଧ୍ୟରେ ଶୀକାର କରିବା ପନ୍ଥା ବାହାର କରିପାରୁଛି ତେବେ ଅକ୍ଟୋପସ ମଧ୍ୟ ସ୍ଥଳ ଭାଗରେ ନିଜ ଖାଦ୍ୟ ସଂଗ୍ରହ କରିନେବ ।
Comments are closed.