Latest Odisha News

BREAKING NEWS

ଆମେରିକାରେ ମୋଦି କଲେ ବଡ଼ ଡିଲ୍, ସମସ୍ତେ ଛାନିଆ !

ନୂଆଦିଲ୍ଲୀ: ମୋଦିଙ୍କ ମଧ୍ୟରେ ବିଗ୍ ଡିଲ୍। ଭାରତକୁ F-35 ଫାଇଟର ଜେଟ୍ ଦେବ ଆମେରିକା। ବିଶ୍ବର ସବୁଠୁ ଶକ୍ତିଶାଳୀ ଲଢୁଆ ବିମାନ ପାଇଲେ ଶତ୍ରୁଙ୍କ ଟାଣିବ ଭାଙ୍ଗିବ ଭାରତ। ପ୍ରତିରକ୍ଷା ଉତ୍ପାଦନରେ ଦୁଇ ଦେଶ ଆଗାମୀ ୧୦ ବର୍ଷ ପାଇଁ ଏକାଠି କାମ କରିବେ। ଆଉ ଆମେରିକାଠାରୁ ତୈଳ ଓ ଗ୍ୟାସ କିଣିବ ଭାରତ। ସେପଟେ ଭାରତ ଯେତିକି ଶୁଳ୍କ ଲଗାଇବ, ଆମେରିକା ବି ସେତିକି ଶୁଳ୍କ ଲଗାଇବ ।…

ଟ୍ରମ୍ପ-ମୋଦି ସାକ୍ଷାତ,ଦୂନିଆକୁ ବଡ ସନ୍ଦେଶ।ଆମେରିକା ରାଷ୍ଟ୍ରପତି ଡୋନାଲଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ୱାଶିଂଟନରୁ ଆସିଛି ବଡ଼ ଖବର। ଆଗକୁ ଆକାଶରେ ଶକ୍ତି ବୃଦ୍ଧି କରିବ ଭାରତ। କାରଣ ଭାରତକୁ F-35 ଫାଇଟର ଜେଟ୍ ଦେବ ଆମେରିକା। F-35ହେଉଛି 5th ଜେନେରସନ୍ ତଥା ବିଶ୍ବର ସବୁଠାରୁ ଶକ୍ତିଶାଳି ଫାଇଟର ଜେଟ୍ । F-35 ହେଉଛି ଷ୍ଟିଲଥ୍ ଫାଇଟର ଜେଟ୍ ମାନେ ଏହା ରାଡାରରେ ଆସିବନି। ଏହି ଫାଇଟର ଜେଟ୍ ଭର୍ଟିକାଲ ଟେକ୍ ଅଫ୍ ବି କରିପାରିବ। F-35ର ଆର୍ମି, ନେଭି ଓ ଏୟାର ଫୋର୍ସ ଭର୍ସନ ରହିଛି। ଆଉ ଭାରତକୁ F-35 ଭଳି ଲଢୁଆ ବିମାନ ଦେବକୁ ଆମେରିକା ରାଜି ହୋଇଛି। ସେହିପରି ପ୍ରତିରକ୍ଷା ଉତ୍ପାଦନରେ ଦୁଇ ଦେଶ ଆଗାମୀ ୧୦ ବର୍ଷ ପାଇଁ ଏକାଠି କାମ କରିବେ। ସେପଟେ ଜାଭେଲିନ୍‌ ଆଣ୍ଟି ଟ୍ୟାଙ୍କ ମିସାଇଲ ଏବଂ ଷ୍ଟ୍ରାଇକର ଆରମୋରେଡ୍‌ ଫାଇଟିଙ୍ଗ ଭେଇକିଲ୍‌ କିଣିବାକୁ ଚୁକ୍ତି ହୋଇଛି। ଆଉ ୬ଟି P8I ସର୍ଭେଲାନ୍ସ ଏୟାରକ୍ରାଫ୍ଟ କିଣିବ ଭାରତ। ଅଣ୍ଡର ୱାଟର ଡୋମେନ୍‌ ଆୱାରନେସ୍- UDA ନେଇ ବୁଝାମଣା ମଧ୍ୟ ହୋଇଛି ।

ସେପଟେ ଆମେରିକା- ଭାରତ ମଧ୍ୟରେ ୨୦୨୫ରେ ବାଣିଜ୍ୟ କାରବାର ନେଇ ପ୍ରଥମ ବୁଝାମଣା ହୋଇଛି। ଆମେରିକାଠାରୁ ତୈଳ ଓ ଗ୍ୟାସ କିଣିବ ଭାରତ। ଦୁଇ ଦେଶ ମଧ୍ୟରେ ୫୦୦ ବିଲିୟନ ଡଲାର ବାଣିଜ୍ୟ କାରବାର ଲକ୍ଷ୍ୟ ରହିଛି। ତେବେ ଟ୍ରମ୍ପ କହିଛନ୍ତି ଭାରତ ଉପରେ ଅଧିକ କି କମ୍‌ ଶୁଳ୍କ ଲଗାଇବନି ଆମେରିକା। ଭାରତ ଯେତିକି ଶୁଳ୍କ ଲଗାଇବ, ଆମେରିକା ସେତିକି ଲଗାଇବ। ମାନେ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ ନୀତି ଭାରତ ଉପରେ ଲାଗୁ ହେବ। ଟାରିଫକୁ ନେଇ ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି ମୋଦି ହେଉଛନ୍ତି ଜଣେ ଟପ୍‌ ନେଗୋସିଏଟର୍‌। ମୋଦିଙ୍କ ସହ ମୋର କୌଣସି ମୁକାବିଲା ବି ନାହିଁ। ଆଉ ପ୍ରଧାନମନ୍ତ୍ରୀ ମୋଦି ଦୋହରାଇଛନ୍ତି ଯେ ୱାନ ପ୍ଲସ ୱାନ ଇଜ୍ ଇକ୍ବାଲ ଟୁ ଇଲେଭେନ। ଟ୍ରମ୍ପ ଏହା ମଧ୍ୟ କହିଥିଲେ ସମସ୍ତେ ମୋଦିଙ୍କ ଚର୍ଚ୍ଚା କରିଥା’ନ୍ତି ଏବଂ ସେ ନିଜେ ମୋଦିଙ୍କୁ ଅନେକ ମିସ୍‌ କରୁଥାନ୍ତି ।
ମୋଦିଙ୍କ ମଧ୍ୟରେ ବିଗ୍ ଡିଲ୍। ଭାରତକୁ F-35 ଫାଇଟର ଜେଟ୍ ଦେବ ଆମେରିକା। ବିଶ୍ବର ସବୁଠୁ ଶକ୍ତିଶାଳୀ ଲଢୁଆ ବିମାନ ପାଇଲେ ଶତ୍ରୁଙ୍କ ଟାଣିବ ଭାଙ୍ଗିବ ଭାରତ। ପ୍ରତିରକ୍ଷା ଉତ୍ପାଦନରେ ଦୁଇ ଦେଶ ଆଗାମୀ ୧୦ ବର୍ଷ ପାଇଁ ଏକାଠି କାମ କରିବେ। ଆଉ ଆମେରିକାଠାରୁ ତୈଳ ଓ ଗ୍ୟାସ କିଣିବ ଭାରତ। ସେପଟେ ଭାରତ ଯେତିକି ଶୁଳ୍କ ଲଗାଇବ, ଆମେରିକା ବି ସେତିକି ଶୁଳ୍କ ଲଗାଇବ ।

Comments are closed.